ଆମ ଆଦମୀ ପାର୍ଟିର ସାଙ୍ଗଠନିକ ବୈଠକ

ଫୁଲବାଣୀ/ଫିରିଙ୍ଗିଆ: ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ବସ ଷ୍ଟାଣ୍ଡ ନିକଟରେ କନ୍ଧମାଳ ଜିଲ୍ଲା ଆମ ଆଦମୀ ପାର୍ଟି ତରଫରୁ ପ୍ରଚାର ପ୍ରସାର ଏବଂ ସଙ୍ଗଠନ ସୁଦୃଢ ପାଇଁ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ସଭାପତି ବଳରାମ ଦିଗାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅନଲାଇନ ରେଜିଷ୍ଟ୍ରେସନ ମେମ୍ବରସିପ ଡ୍ରାଇଭ, ଅଭିଯାନ ଉପରେ ସୂଚନା ଦିଆଯାଇଥିଲା। କର୍ମୀ ତଥା ଜନସାଧାରଣଙ୍କୁ ଆପର ସକରାତ୍ମକ କାର୍ଯ୍ୟ ଏବଂ ଦିଲ୍ଲୀ ଓ ପଞ୍ଜାବରେ କାର୍ଯ୍ୟକାରୀ ହେଉଥିବା କଥାକୁ ନେତା ମାନେ ସୂଚନା ଦେଇଥିଲେ।

Comments are closed.