ବନ୍ଧଗଡ଼ରେ ଜଗନ୍ନାଥ ମନ୍ଦିର ରତ୍ନମୁଦ ଓ ନାମ ଯଜ୍ଞ ଉତ୍ସବ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନ୍ଧଗଡ଼ର ସର୍ବ ପୁରାତନ ଜଗନ୍ନାଥ ମନ୍ଦିର ନିକଟରେ ନୂତନ ଭାବରେ ନିର୍ମାଣ କରା ଯାଉଥିବା ମନ୍ଦିରରେ ରତ୍ନମୁଦ ଓ ନାମ ଯଜ୍ଞ ବହୁ ଆଡମ୍ବର ଏବଂ ଧୁମ ଧାମରେ ପାଳିତ ହେଉଛି। ବନ୍ଧଗଡ଼ରେ ଏହି ମନ୍ଦିର ୧୮୮୦ ମସିହାରେ ପ୍ରତିଷ୍ଠା କରାଯାଇଥିବା ବେଳେ ବନ୍ଧଗଡ଼ର ମୁଖିଆ ତଥା ବିଶିଷ୍ଟ ବ୍ୟକ୍ତି ସ୍ବର୍ଗତ ଦୂତ ବିଶୋଇଙ୍କ ଦ୍ୱାରା ଏହି ମନ୍ଦିରର ଏବଂ ବିଗ୍ରହ ପ୍ରତିଷ୍ଠା କରାଯାଇଥିଲା। ତେବେ ଏହି ସର୍ବ ପୁରାତନ ମନ୍ଦିରକୁ ବନ୍ଧଗଡ଼ ଗ୍ରାମବାସୀ ଓ ଅଞ୍ଚଳର ବହୁ ଭକ୍ତ ଶ୍ରଦ୍ଧାଳୁଙ୍କ ଚେଷ୍ଟା ପରେ ଚଳିତ ବର୍ଷ ନୂତନ ଭାବରେ ନିର୍ମାଣ କରାଯାଉଥିବା ମନ୍ଦିରର ରତ୍ନ ମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଭାପତି ପ୍ରଦୀପ କୁମାର ସାହୁଙ୍କ ସହ ପରିଚାଳନା କମିଟିର ସମ୍ପାଦକ ପଙ୍କଜ ବିନ୍ଧାଣି ପ୍ରତିଷ୍ଠାତା ସଦସ୍ୟ ଗୋପବନ୍ଧୁ ବିଶୋଇ ଓ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ଯୋଗ ଦେବା ସହ ରତ୍ନ ମୁଦରେ ସାମିଲ ହୋଇଥିଲେ।

Comments are closed.