ବୌଦ୍ଧ: ବୌଦ୍ଧ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଠାରେ କଲେଜ ଅଧ୍ୟକ୍ଷ ରବୀନ୍ଦ୍ରନାଥ ଗୁରୁଙ୍କ ସଭାପତିତ୍ବରେ ମହିଳା ଆତ୍ମସୁରକ୍ଷା ତାଲିମ୍ ଶିବିର ଉଦଘାଟିତ ହୋଇଅଛି। ମୁଖ୍ୟଅତିଥି ଭାବରେ ବୌଦ୍ଧ ପଞ୍ଚାୟତ କଲେଜ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ଯୋଗଦେଇ ‘ଛାତ୍ରୀ ମାନେ ରାଣୀ ଲକ୍ଷ୍ମୀବାଈଙ୍କ ପରି ନିର୍ଭୀକ ଓ ସ୍ବାଭିମାନୀ ‘ହେବାକୁ ଆହ୍ବାନ ଦେଇଥିଲେ। ପ୍ରଶିକ୍ଷିକା ସୁଶ୍ରୀ ସନ୍ଧ୍ୟାରାଣୀ ସାହୁ, ପ୍ରୋଗ୍ରାମ ଅଫିସର ଶିବଦତ୍ତ ପଟ୍ଟନାୟକ,ପ୍ରଥମ ବର୍ଷର ଛାତ୍ରୀବୃନ୍ଦ ଓ ଅନୁଷ୍ଠାନର କର୍ମକର୍ତ୍ତାଙ୍କର ସହଭାଗିତାରେ କାର୍ୟ୍ୟକ୍ରମ ପରିଚାଳିତ ହୋଇଥିଲା।
Popular Categories



