୩୧୫ ଲିଟର ମଦ, ୩୫୭୦ଲିଟର ପୋଚ ଜବତ

ଆଠଗଡ଼: ଆଠଗଡ଼ ଅବକାରୀ ବିଭାଗ ପକ୍ଷରୁ କୋରଙ୍ଗାରେ ଚଢାଉ କରାଯାଇ ବିପୁଳ ପରିମାଣର ମଦ ଓ ମଦ ପ୍ରସ୍ତୁତି ପାଇଁ ଗଚ୍ଛିତ ଗୁଡପୋଚ ଜବତ କରାଯାଇଛି। ରବିବାର କୋରଙ୍ଗାରେ ନିଜେ ଅବକାରୀ ଅଧିକ୍ଷକ ଶ୍ରୀ ପଟେଲଙ୍କ ନେତୃତ୍ୱରେ ଚଢାଉ କରାଯାଇ ପ୍ରାୟ ସମାନ ପରିମାଣର ମଦ ଓ ପୋଚ ଜବତ କରାଯାଇଥିଲା। ଧାନବିଲ ଓ ଝାଟି ଜଙ୍ଗଲ ମଧ୍ୟରେ ଶତାଧିକ ପ୍ଲାଷ୍ଟିକ ଜାରକିନରେ ଲୁଚାଇ ରଖାଯାଇଥିବା ୩୫୭୦ଲିଟର ଗୁଡମିଶ୍ରିତ ପୋଚ ଜବତ କରାଯାଇଥିବା ବେଳେ ଚାଲାଣ ପାଇଁ ଲୁଚାଇ ରଖାଯାଇଥିବା ସଦ୍ୟପ୍ରସ୍ତୁତ ୩୧୫ଲିଟର ଦେଶୀମଦ ଜବତ କରାଯାଇ ଘଟଣାସ୍ଥଳରେ ନଷ୍ଟ କରାଯାଇଥିଲା। ଏତଦ୍‌‌ବ୍ୟତୀତ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ କୁମାରପୁରରେ ଚଢାଉ କରାଯାଇ ଚୋରାମଦ ବିକ୍ରୟ କରୁଥିବା ପରମାନନ୍ଦ ଦେହୁରୀ ଓ ସୁଦାମ ଜଟଙ୍କଠାରୁ ୪୬ଲିଟର ଦେଶୀମଦ ଜବତ କରାଯିବା ସହ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Comments are closed.