ରାଜ୍ୟସଭା ସାଂସଦଙ୍କୁ ୧୫ ଦଫା ଦାବୀପତ୍ର ପ୍ରଦାନ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ସହରର ରେଳ ଯାତ୍ରୀ ସଂଘ ପକ୍ଷରୁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ରେଲୱେ ଅଂଚଳର ବିକାଶ ପାଇଁ ଏକ ୧୫ଦଫା ଦାବି ପତ୍ର ପ୍ରଦାନ କରାଯାଇଛି। ଯେଉଁଥିରେ କଣ୍ଟାବାଞ୍ଜି ଦେଇ ଯାଉଥିବା କେତେକ ଟ୍ରେନର ସମ୍ପ୍ରସାରଣ ଏବଂ କଣ୍ଟାବାଞ୍ଜି ଦେଇ କେତୋଟି ନୂତନ ଟ୍ରେନ ଚଳେଇବା ପାଇଁ ଉଲ୍ଲେଖ କରାଯାଇଛି। ଦାବି ପତ୍ରରେ ଉଲ୍ଲେଖ ଅଛି ଯେ ଏହି ଅଞ୍ଚଳ କେ.ବି.କେ. ଜିଲ୍ଲା ଏବଂ ପଶ୍ଚିମ ଓଡିଶା ଅଧୀନରେ ଅଛି। ଏହି ବିଧାନସଭା କ୍ଷେତ୍ର ଅତ୍ୟନ୍ତ ପଛୁଆ ଏବଂ ଲୋକମାନେ ସେମାନଙ୍କର ଜୀବିକା ପାଇଁ ଦେଶର ବିଭିନ୍ନ ସ୍ଥାନକୁ ଯିବାକୁ ଏହି ରେଳ ଷ୍ଟେସନ ବ୍ୟବହାର କରନ୍ତି। ବ୍ୟବସାୟୀ, ସେବାଧାରକ, ଛାତ୍ର, ତୀର୍ଥଯାତ୍ରୀ ଇତ୍ୟାଦି ଅନ୍ୟ ଶ୍ରେଣୀର ଲୋକମାନେ ମଧ୍ୟ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ଯାଆନ୍ତି। କିନ୍ତୁ ଦେଶର କେତେକ ଗୁରୁତ୍ୱପୂର୍ଣ୍ଣ ସହର ଏବଂ ଟାଉନ ଗୁଡ଼ିକୁ ସଂଯୋଗ କରିବା ପାଇଁ ଏଠି ପର୍ଯ୍ୟାପ୍ତ ଟ୍ରେନ୍ ଉପଲବ୍ଧ ନଥିବାରୁ ସେମାନେ ବହୁ କଷ୍ଟ ଭୋଗୁଛନ୍ତି। ରେଳ ଟ୍ରାକର ଡବଲ୍ ଲାଇନ ଏବଂ ବିଦ୍ୟୁତିକରଣ ମଧ୍ୟ ସମାପ୍ତ ହୋଇଛି ତେଣୁ ଏହି ମାର୍ଗ ଗୁଡ଼ିକରେ ଟ୍ରେନ୍ ବିଳମ୍ବ ପାଇଁ କୌଣସି କାରଣ ନାହିଁ। ଏହି ଅଞ୍ଚଳରେ ଆହୁରି କେତେକ ଟ୍ରେନ ପୁନ – ଆରମ୍ଭ କଲେ ପଶ୍ଚିମ ଓଡ଼ିଶା ଏବଂ କେ.ବି.କେ. ଜିଲ୍ଲାର ଲୋକମାନେ ଅଧିକ ଲାଭବାନ ହେବେ।

Comments are closed.