ଘୁମୁରା ଉତ୍ସବ ତୃତୀୟ ଦିନ, ନାଚ ଗୀତରେ ସବୁରି ମନ

ଭବାନୀପାଟଣା: ଆଜି କଳାହାଣ୍ଡି ଉତ୍ସବ ଘୁମୁରାର ତୃତୀୟ ଦିନରେ ଲୋକାରଣ୍ୟ ହେଇ ଉଠିଥିଲା ଉତ୍ସବସ୍ଥଳୀ। ପାରମ୍ପରିକ ଭାବେ ମଞ୍ଚପୁଜା ପରେ ସାଂସ୍କୃତିକ ସଭା ଅନୁଷ୍ଠିତ ହେଇଥିଲା। ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ମାଁ ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ, ଡିଏଫଓ ଶ୍ରୀ ଆର କାଲାଇବାନାନ ଏବଂ ଅନୁରାଗ ମିଶ୍ର, ଏସପି ଅଭିଳାଷ ଜି, ସିଆରପିଏଫ କମାଣ୍ଡଣ୍ଟ ପଙ୍କଜ ଚୌଧୁରୀ ଏବଂ ପି କେ ମିଶ୍ର, ବେଦାନ୍ତ ର ସହାୟକ ଉପ ସଭାପତି ବିଭୁଦେନ୍ଦୁ ପଣ୍ଡା ପ୍ରମୁଖ ଯୋଗଦେଇ ଥିଲେ। ସ୍ଥାନୀୟ ଲୋକଙ୍କୁ ଆକର୍ଷିତ କରିବାରେ ଘୁମୁରା ଉତ୍ସବ ସଫଳ ହେଇଥିବା ଅତିଥି ମାନେ ମତ ଦେଇଥିଲେ।

ପରେ ରେଣ୍ଡୋ ମାଝୀ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଥମେ ସ୍ଥାନୀୟ ସୁର ସଙ୍ଗୀତ ଦ୍ଵାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା। ପାନପୋଷର ଓଡିଶୀ ନୃତ୍ୟ ମହ୍ଲାର, ପୁରୁଣାଗୁମାର ଘୁମୁରା, ଭବାନୀଶଙ୍କର ଅନୁଷ୍ଠାନର ଘୁମୁରା ନୃତ୍ୟ, ଆସାମର ବିହୁ, ହରିୟାଣାର ଫାକ୍ ନୃତ୍ୟ, ସ୍ଥାନୀୟ ସିଂହାରୀ ନୃତ୍ୟ, ଢାପ, ବଜାଶାଲ, ଢେମସା, କହଁର ସାଂସ୍କୃତିକ ଅନୁଷ୍ଠାନର ସମ୍ବଲପୁରୀ ପ୍ରଭୃତି ନୃତ୍ୟ ପରିବେଷଣ କରାଯାଇଥିଲା।

Comments are closed.