Patra electronics

ଆନ୍ତଃ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ

ଓଡ଼ିଶା ଭେଟ୍ରାନ ସ୍ପୋର୍ଟସ ପର୍ସନ ଆସୋସିଏସନ୍ ଆନୁକୁଲ୍ୟରେ ସ୍ଥାନୀୟ ପ୍ୟାରୀ ମୋହନ ଏକାଡେମୀ ଠାରେ ଅନୁଷ୍ଠିତ ହେଉଥିବା ଆନ୍ତଃ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତାରେ ସିନିୟର୍ ବିଭାଗର ପ୍ରଥମ ସେମି ଫାଇନାଲ ଖେଳରେ ବିଡାନାସୀ ସ୍କୁଲ ଏବଂ ଦ୍ଵିତୀୟ ସେମି-ଫାଇନାଲରେ ଖାନନଗର ହାଇସ୍କୁଲ, ଜୁନିଅର୍ ବିଭାଗର ପ୍ରଥମ ସେମିରେ ଶିଶୁ ଭାରତୀ ଓ ଦ୍ଵିତୀୟ ସେମି ଫାଇନାଲ ଖେଳରେ ବେଲେଶ୍ୱର ସ୍କୁଲ ଫାଇନାଲରେ ପ୍ରବେଶ କରିଛନ୍ତି। ସିନିୟର୍ ବିଭାଗର ପ୍ରଥମ ସେମି ଫାଇନାଲ ଖେଳରେ ବିଡାନାସୀ ସ୍କୁଲ ଭକ୍ତ ମଧୁ ସ୍କୁଲକୁ ୧-୦ ଗୋଲରେ ଏବଂ ଦ୍ଵିତୀୟ ସେମି ଫାଇନାଲ ଖେଳରେ ଖାନନଗର ସ୍କୁଲ ପ୍ୟାରୀମୋହନ ଏକାଡେମୀକୁ ୧-୦ ଗୋଲରେ ପରାସ୍ତ କରିଛି। ଜୁନିଅର୍ ବିଭାଗରେ ପ୍ରଥମ ସେମିରେ ଶିଶୁ ଭାରତୀ ନୀୟୁ ଷ୍ଟାର୍ଟ ସ୍କୁଲକୁ ୩-୧ ଗୋଲରେ ଏବଂ ଦ୍ଵିତୀୟ ସେମି ଫାଇନାଲରେ ବେଲେଶ୍ୱର ସ୍କୁଲ ମାନସିଂହ ପାଟଣା ସ୍କୁଲକୁ ୫-୧ ଗୋଲରେ ପରାସ୍ତ କରିଛି।

Comments are closed.