“ନୂଆ-ଓ” ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ୍ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ନୂଆଁ-ଓ” ଓଡିଆ ସାହିତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ବିଶ୍ଵ ଓଡିଆ ଭାଷା ସମ୍ମିଳନୀର ଆୟୋଜନ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍ ଘାଟନ ପରିପ୍ରେକ୍ଷୀରେ ଆଜି “ନୂଆଁ-ଓ ” ଓଡିଆ ସାହିତ୍ୟ ପ୍ରତିଯୋଗିତାର ୧୦ ଦିନିକିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମଟି ବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ପ୍ରଶାନ୍ତ କୁମାର କରଙ୍କ ସଭାପତିତ୍ୱରେ କରାଯାଇଥିଲା। ଡଃ କର ସ୍ୱାଗତ ଅଭିଭାଷଣ ରଖିବା ସହିତ ଓଡିଆ ସାହିତ୍ୟକୁ କିପରି ଆଗାମୀ ଦିନରେ ଅଧିକ ରୁ ଅଧିକ ଲୋକାଭିମୁଖୀ କରାଯାଇ ପାରିବ ତାହା ଉପରେ ନିଜର ବକ୍ତବ୍ୟରେ ଉପସ୍ଥାପନା କରିଥିଲେ।

Comments are closed.