ରେଙ୍ଗାଲି ଚାରିଥାକିଆ ରାସ୍ତା ସମସ୍ୟାର ସମାଧାନ କେବେ
ରେଙ୍ଗାଲି: ଅନେକ ଥର ପରେ ସରକାର ରେଙ୍ଗାଲି ବାଇପାସ୍ ତହସିଲ ଛକରୁ ଗଣେଶନଗର-ରାମଚନ୍ଦ୍ର ନଗର ପର୍ଯ୍ୟନ୍ତ ସଂକୁଚିତ ହୋଇ ରହିଥିବା ରାସ୍ତାକୁ ସଂପ୍ରସାରଣ କରି ଚାରିଥାକିଆ ରାସ୍ତା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କଲେ। ୨୦୧୯ ମସିହା ଜାନୁଆରି ୩ ତାରିଖ ଦିନ ତତ୍କାଳିନ ସାସଂଦ ନଗେନ୍ଦ୍ର ପ୍ରଧାନ, ବିଧାୟକ ରମେଶ ପଟୁଆଙ୍କ ଉପସ୍ଥିତିରେ ଇସ୍ପାତ,ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଇତିମଧ୍ୟରେ ୪ବର୍ଷ ବିତିଗଲାଣି ଚାରିଥାକିଆ ରାସ୍ତା ନିର୍ମାଣ କାମ ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଛି। ପ୍ଳାନିଂ ଏବଂ ଡିଜାଇନ୍ରେ ତ୍ରୁଟି ଯୋଗୁଁ ଜନସାଧାରଣ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଏ ସଂକ୍ରାନ୍ତରେ ପୂର୍ତ୍ତ ବିିଭାଗ ଯନ୍ତ୍ରୀଙ୍କୁ ପଚରାଯିବାରୁ ରାସ୍ତା ପାର୍ଶ୍ବରେ ବିଦ୍ୟୁତ୍ ଖୁଣ୍ଟ, ଗଛ ଏବଂ କେତେକ ସ୍ଥାନରେ ଘର ଥିବାରୁ ଚାରିଥାକିଆ ରାସ୍ତା କାମ ସମ୍ପୂର୍ଣ ହୋଇ ପାରିନାହିଁ ବୋଲି କହିଛନ୍ତି। ଗଛ କାଟିବା ପାଇଁ ବନ ବିଭାଗର ଅନୁମତି ଲୋଡା ଯାଇଥିବା ବେଳେ ବିଦ୍ୟୁତ୍ ବିଭାଗକୁ ବିଜୁଳି ଖୁଣ୍ଟ ସ୍ଥାନାନ୍ତର ପାଇଁ ମଧ୍ୟ କୁହାଯାଇଛି।
Comments are closed.