www.samajalive.in
Sunday, December 7, 2025
26.1 C
Bhubaneswar

୨୬ତମ କଳାହାଣ୍ଡି ଉତ୍ସବ ଉଦଘାଟିତ

ଭବାନୀପାଟଣା: କଳାହାଣ୍ଡି ସଂସ୍କୃତିର ବାର୍ତ୍ତାବହ ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଆଜି ସ୍ଥାନୀୟ ଲାଲ ବାହାଦୁର ଷ୍ଟାଡିୟମରେ ଉଦଘାଟିତ ହେଇଛି। ମଂଚ ପୂଜା ପରେ ଜିଲ୍ଲାର ୧୦ଟି ଦେବଦେବୀ ପୀଠରୁ ଅଣାଯାଇଥିବା ମଶାଲକୁ ଅପରାହ୍ନରେ ଗାନ୍ଧୀ ଛକରୁ ଏକ ଶୋଭାଯାତ୍ରାରେ ଉତ୍ସବସ୍ଥଳୀକୁ ଅଣାଯାଇଥିଲା। ସେଠାରେ ମଶାଲକୁ ସ୍ଥାପନ ପରେ ସାଂସଦ ସୁଜିତ୍ କୁମାର ଅନ୍ୟ ଅତିଥି ମାନଂକ ଗହଣରେ ଜଗନ୍ନାଥ ଏବଂ ମାଁ ମାଣିକେଶ୍ଵରୀଙ୍କୁ ପୂଜାର୍ଚ୍ଚନା କରି ୨୬ତମ ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରାକୁ ଉଦଘାଟନ କରିଥିଲେ।

ରେଣ୍ଡୋ ମାଝୀ ମଂଚରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ସାଂସଦ ସୁଜିତ୍ କୁମାର, ସାଂସଦ ବସନ୍ତ ପଣ୍ଡା, ବିଧାୟକ ଭୂପିନ୍ଦର ସିଂହ, ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ଭବାନିପାଟଣା ନଗରପାଳ ସଂଯୁକ୍ତା ବେହେରା, କଳାହାଣ୍ଡି ଏସପି ଅଭିଳାଷ ଜି, ସିଡ଼ିଓ ସଚିନ ପ୍ରକାଶ, ଦୁଇ ଏଡିଏମ ତନ୍ମୟ କୁମାର ଡରୱାନ ଏବଂ ତ୍ରିଲୋଚନ ପାତ୍ର, ସଦର ଉପ ଜିଲ୍ଲାପାଳ ଡ଼ଃ ବିଶ୍ଵଜିତ ଦାସ, ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ପିତା ବେହେରା ପ୍ରମୁଖ ଯୋଗଦେଇ କଳାହାଣ୍ଡି ସଂସ୍କୃତିର ଜୟଗାନ କରିଥିଲେ। ଏହି ଉତ୍ସବ ଜିଲ୍ଲାର ବିକାଶର ମାନଚିତ୍ର ଆଙ୍କିବା ରେ ସହାୟକ ହେଇଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।

- Advertisement -

ଉଦ୍‌ଘାଟନୀ ସଂଧ୍ୟାରେ ରେଣ୍ଡୋ ମାଝୀ ମଞ୍ଚରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ କଳାହାଣ୍ଡି ଲେଖକ କଳା ପରିଷଦ ଦ୍ବାରା  ପ୍ରାରମ୍ଭିକ ସଂଗୀତ ପରିବେଷଣ କରାଯାଇଥିଲା। ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାର ଶ୍ରେଷ୍ଠ ଘୁମୁରା, ଭବାନିପାଟଣା ସକ୍ଷମ କଳା ଏକାଡେମୀ ଏବଂ କେସିଙ୍ଗା ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ର ନୃତ୍ୟ, ଭାରତ୍ ନାଟ୍ୟମ୍, ଝାଡ଼ଖଣ୍ଡର ମନ୍ଦାରୀ ନୃତ୍ୟ, ବଲାଙ୍ଗୀର କୋଶଳ ଫୋକ୍ ଏକାଡେମୀର ନୃତ୍ୟ, ଛତିଶଗଡର ପାଣ୍ଡଓ୍ବାନୀ ନୃତ୍ୟ, ମାଲକାନଗିରିର ଆଦିବାସୀ ନୃତ୍ୟ, କଟକ ନଟରାଜ ଡ୍ୟାନ୍ସ ଏକାଡେମୀର ନୃତ୍ୟ, ପୁରୁଲିଆ ଛଉ, ଜୟପାଟଣା ରିଦମ୍ ସ୍କିଲ୍ ଡ୍ୟାନ୍ସ ଏକାଡେମୀର ନୃତ୍ୟ, ଜଗତସିଂହପୁରର ବାରମାସୀ ତେର ପରବ୍ ନୃତ୍ୟ, ସୁହାଗପୁର ଏବଂ ଅରବିନ୍ଦ କଳା କେନ୍ଦ୍ରର ବଜାଶାଲ, ସିଟିଏମଏସର ଘୋଡାନାଚ ପରିବେଷଣ କରାଯାଇଥିଲା। ସର୍ବେଶ୍ୱର ଭୋଇ ଓ ସାଥୀଙ୍କ ସଙ୍ଗୀତ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲା।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories