ଜାତୀୟସ୍ଥରୀୟ ବିଜୁ ପଟ୍ଟନାୟକ ଓପନ ଚେସ ଚାମ୍ପିଅନସିପ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଚେସ ସଙ୍ଘ ପକ୍ଷରୁ କଣ୍ଟାବାଞ୍ଜି ହରିଭବନ ଠାରେ ଜିଲ୍ଲା ଚେସ ଆସୋସିଏସନ ସହଯୋଗରେ ଆଜି ପ୍ରଥମ ବର୍ଷ ଜାତୀୟ ସ୍ତରୀୟ ବିଜୁ ପଟ୍ଟନାୟକ ଓପନ ଚେସ ଚାମ୍ପିଅନସିପ ଆଜି ଶୁଭାରମ୍ଭ ହୋଇଯାଇଛି । ଆଜିର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ସମ୍ମାନିତ ଅତିଥି ଭାବେ କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ହାଜୀ ମହମ୍ମଦ ଆୟୁବ ଖାଁ, ବିଜେଡି ରାଜ୍ୟ ସମ୍ପାଦକ ଉର୍ଦ୍ଧବ ବେହେରା, ବଲାଙ୍ଗିର ଜିଲ୍ଲା ଚେସ ଆସୋସିଏସନ ସମ୍ପାଦକ ପ୍ରିୟବ୍ରତ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ। ଏଥିରେ ରାଜ୍ୟ ତଥା ରାଜ୍ୟ ବାହାର ୧୬୭ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଏହା ଆସନ୍ତା ୧୫ ତାରିଖ ଯାଏ ଚାଲିବ।

Comments are closed.