ଶରଧାବାଲି ହତ୍ୟାକାଣ୍ଡ, ଜେଲ୍ ହାଜତକୁ ଗଲା ପୁତ୍ରହନ୍ତା

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ଠେଲକୋଲୋଇ ଥାନା ଅନ୍ତର୍ଗତ ଲପଙ୍ଗା ନିକଟସ୍ଥ ଶରଧାବାଲି ଗ୍ରାମରେ ଗତ ୮ତାରିଖ ସୋମବାର ରାତିରେ ସଂଘଟିତ ହତ୍ୟାକାଣ୍ଡର ପୁଲିସ ପର୍ଦ୍ଦାଫାସ କରି ଅଭିଯୁକ୍ତ ଗଣେଶ ବାନାର୍ଜୀ (୬୦)କୁ ଗିରଫ କରି ଆଜି କୋର୍ଟଚାଲାଣ ଚାଲାଣ କରିଛି। ଅଭିଯୁକ୍ତର ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଗଣେଶ ବାନାର୍ଜୀ ମୃତ ବିଶ୍ବନାଥର ବାପା ଅଟନ୍ତି। ପୁଅର ଅତ୍ୟାଚାର ଓ ଉତ୍ପାତରେ ଅତିଷ୍ଠ ହୋଇ ଏକ ଗଇନ୍ତିରେ ମାରି ଦେଇ ହତ୍ୟା କରିଛି ବୋଲି ପୁଲିସ ତଦନ୍ତ ସମୟରେ ସାକ୍ଷୀ ମାନଙ୍କ ଉପସ୍ଥିତିରେ ଗଣେଶ ସ୍ବୀକାର କରିଥିଲା। ସୂଚିତ ଯେ ଗତ ୮ ତାରିଖ ରାତିରେ ଶରଧାବାଲି ଗ୍ରାମର ବିଶ୍ବନାଥ ବାନାର୍ଜୀ (୩୧)କୁ ତାଙ୍କ ନିଜ ଘରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା।

Comments are closed.