www.samajalive.in
Saturday, December 13, 2025
27.1 C
Bhubaneswar

ରାଜ୍ୟ ସଂଗ୍ରହାଳୟ ଆଜି ଖୋଲା

ସମାଜ: ପ୍ରତି ସୋମବାର ରାଜ୍ୟ ସଂଗ୍ରହାଳୟ ବନ୍ଦ ରହୁଥିବା ବେଳେ ଆଜି ଅର୍ଥାତ ସୋମବାର ଏହା ‌େ‌ଖାଲା ରହିବ। ନୂଆବର୍ଷ ଥିବାରୁ ଲୋକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି। ଟିକଟ ଦର ଓ ପରିଦର୍ଶନର ସମୟ ଅପରିବର୍ତ୍ତିତ ରହିଛି। ବର୍ଷ ଶେଷ ଦିନ ଅର୍ଥାତ୍‌ ଆଜି ସଂଗ୍ରହାଳୟରେ ନାହିଁ ନଥିବା ଭିଡ଼ ହୋଇଥିବା ବେଳେ ଆଜି ମଧ୍ୟ ଅନୁରୂପ ଭିଡ଼ ହେବ ବୋଲି କର୍ତ୍ତୃପକ୍ଷ ଆଶା ରଖିଛନ୍ତି। ଏବେ ସଂଗ୍ରହାଳୟରେ ଅନେକ ପରିବର୍ତ୍ତନ ହୋଇଥିବା ବେଳେ ଦର୍ଶକଙ୍କୁ ତାହା ଆକୃଷ୍ଟ କରୁଛି। ପୂର୍ବରୁ ଗୋଟିଏ ଟିକଟ କାଉଣ୍ଟର ଥିବାବେଳେ ଆଜିଠୁ ଆଉ ଗୋଟିଏ କାଉଣ୍ଟର ବୃଦ୍ଧି କରାଯାଇଛି। ଯାହାଦ୍ବାରା ତୁରନ୍ତ ଟିକଟ କରାଯାଇପାରିବ ଏବଂ ଦର୍ଶକମାନେ ଭିତରକୁ ଯାଇପାରିବେ। ଏହାଛଡା ପାର୍କିଂ ପାଇଁ ମଧ୍ୟ ନୂଆ ବ୍ୟବସ୍ଥା କରାଯାଇଛି। ସଂଗ୍ରହାଳୟରେ ଦ୍ବିତୀୟ ଫାଟକ ଖୋଲିଥିବାବେଳେ ସେଠାରେ ଦୁଇ ଚକିଆ, କାର, ବସ ପାର୍କିଂ କରାଯାଇପାରିବ ବୋଲି ସୂଚନା ଦିଆଯାଇଛି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories