www.samajalive.in
Sunday, December 7, 2025
23.1 C
Bhubaneswar

ସତୀଘାଟ ଜଳାଶୟ ପ୍ରକଳ୍ପକୁ ବିରୋଧ କରି ଚାଷୀଙ୍କ ବୈଠକ

ବୌଦ୍ଧ: ରାଜ୍ୟ ସରକାର କିଛିଦିନ ତଳେ ସାଲୁଙ୍ଖୀ ନଦୀର ସତୀଘାଟ ଠାରେ ଜଳାଶୟ ପ୍ରକଳ୍ପ ନିର୍ମାଣ ନେଇ ଅନୁଦାନ ଘୋଷଣା କରିଥିବା ବେଳେ ଏହି ପ୍ରକଳ୍ପ ନିର୍ମାଣକୁ ଚାଷୀ ସଂଗଠନ ପକ୍ଷରୁ ବିରୋଧ କରିବା ଆରମ୍ଭ ହୋଇଛି। ଏନେଇ ଟିକରପଡ଼ା ଠାରେ ଶନିବାର ଦିନ ଏକ ଚାଷୀ ବୈଠକ ଅନୁଷ୍ଠିତ ହୋଇଛି। ଚାଷୀ ନେତା ସୁର୍ଯ୍ୟନାରାୟଣ ମହାପାତ୍ରଙ୍କ ଅଧକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଗମ୍ଭିରାଦରହ ଠାରେ ବହୁମୁଖୀ ଜଳଭଣ୍ଡାର ନିର୍ମାଣର ପ୍ରଚେଷ୍ଟା ନକରି ଚାଷୀ ବିରୋଧୀ ସତୀଘାଟ ପ୍ରକଳ୍ପ ନିର୍ମାଣକୁ ଘୋର ବିରୋଧ କରାଯିବାକୁ ଏହି ବୈଠକରେ ସ୍ଥିର ହୋଇଛି। ସତୀଘାଟ ପ୍ରକଳ୍ପ ହେଲେ ତଳ ମୁଣ୍ଡରେ ଥିବା ସାଲୁଙ୍କୀ ପ୍ରକଳ୍ପ ଶୁଖିଲା ପଡ଼ିବ ଓ ପ୍ରାୟ ୫୦ ହଜାର ଏକର ଜମି ମରୁଡ଼ିର ସମ୍ମୁଖିନ ହେବ ବୋଲି ବୈଠକରେ ମତପ୍ରକାଶ ପାଇଥିଲା। ଜଳାଭାବ ସମୟରେ ତଳ ଓ ଉପର ମୁଣ୍ଡ ଚାଷୀଙ୍କ ମଧ୍ୟରେ ମଧ୍ୟ ଗଣ୍ଡଗୋଳ ହେବ ବୋଲି ଚାଷିନେତାମାନେ ବୈଠକରେ କହିଥିଲେ। ତେଣୁ ତଳ ଓ ଉପର ମୁଣ୍ଡର ଚାଷୀଙ୍କ ଦୁଇଟି ଫସଲ କରିବା ପାଇଁ ଗମ୍ଭିରାଦରହ ଜଳ ପ୍ରକଳ୍ପ କରାଯାଉ ବୋଲି ଦାବୀ କରିଥିଲେ। ପୂର୍ବରୁ ମଧ୍ୟ ଚାଷୀ ସଂଗଠନ ଗୂୁଡିକ ପକ୍ଷରୁ ଗମ୍ଭିରାଦରହ ପ୍ରକଳ୍ପ ନିର୍ମାଣ ପାଇଁ ଦାବୀ କରି ଆସୁଛନ୍ତି। ଏନେଇ ଚାଷୀ ସଂଗଠନ ପକ୍ଷରୁ ଗମ୍ଭିରାଦରହ ପ୍ରକଳ୍ପ ନିର୍ମାଣ କରିବା ଦାବୀରେ ଗମ୍ଭିରାଦରହ ସଂଗ୍ରାମସମିତି ଗଠନ କରାଗଲା। ଏହି ସଂଗଠନରେ ସମସ୍ତ ଗ୍ରାମର ଚାଷୀମାନେ ସାମିଲ ହୋଇ ଆନ୍ଦୋଳନକୁ ଜୋର ଦାର କରିବାକୁ ସ୍ଥିର କରାଗଲା। ଆସନ୍ତା ୩୦ ତାରିଖରେ କେନ୍ଦ୍ର ମନ୍ତ୍ରୀଙ୍କ ବୌଦ୍ଧ ଗସ୍ତ ସମୟରେ ଗମ୍ଭିରାଦରହ ପ୍ରକଳ୍ନ ନିର୍ମାଣ ନେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଚାଷୀ ନେତା ଶ୍ରୀ ମହାପାତ୍ର କହିଥିଲେ। ବୈଠକରେ ବିଜେପି ଜିଲା ସଭାପତି ବିପ୍ରଚରଣ ମହାନ୍ତି, ଚାଷୀ ନେତା ବିଶିକେସନ ପ୍ରଧାନ, ଶମ୍ଭୁ ପ୍ରଧାନ, ଶୁଶିଲ ମଲିକ, ଆର୍ତ୍ତ ଧଳ, ସତ୍ୟ ପ୍ରଧାନ, ନବୀନ ପ୍ରଧାନ, ହୃଷିକେଶ ପ୍ରଧାନଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories