www.samajalive.in
Saturday, December 6, 2025
16.1 C
Bhubaneswar

ଆଶ୍ରମ ବିଦ୍ୟାଳୟରେ ଶିକ୍ଷକ ମରୁଡି, ୨୬୧ ଛାତ୍ରଛାତ୍ରୀଙ୍କୁ ୪ ଶିକ୍ଷକ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଚିନାମାଳିପଶି ପଞ୍ଚାୟତ କେତାଙ୍ଗ ଗ୍ରାମରେ ଅବସ୍ଥିତ ଆଶ୍ରମ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ମୋଟ ୨୬୧ ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ଥିବାବେଳେ ଏଠାରେ ପ୍ରଧାନଶିକ୍ଷକଙ୍କୁ ମିଶାଇ ମୋଟ ୪ ଜଣ ଶିକ୍ଷକ ଅଛନ୍ତି। ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ହିନ୍ଦୀ ଓ ସଂସ୍କୃତ ପଢାଇବାକୁ ଶିକ୍ଷକ ନାହାନ୍ତି କି ଖେଳ ଶିଖାଇବାକୁ କ୍ରୀଡା ଶିକ୍ଷକ ମଧ୍ୟ ନାହାନ୍ତି। ଏହି ବିଦ୍ୟାଳୟରେ ୨ ଶହ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସରେ ୧୬୦ ଜଣ ଛାତ୍ରୀ ରହୁଛନ୍ତି।

୮ଟି ଶ୍ରେଣୀ ପାଇଁ ୪ ଜଣ ଶିକ୍ଷକ ଥିବାରୁ ଶିକ୍ଷାଦାନ ଗୁରୁତର ବାଧା ପ୍ରାପ୍ତ ହେଉଛି। ଏଠାରେ ପ୍ରଥମ ଶ୍ରେଣୀରେ ୩୦ ଜଣ, ୨ୟ ଶ୍ରେଣୀରେ ୪୩ ଜଣ, ୩ୟ ଶ୍ରେଣୀରେ ୩୬ ଜଣ, ୪ର୍ଥ ଶ୍ରେଣୀରେ ୩୩ ଜଣ, ୫ମ ଶ୍ରେଣୀରେ ୩୫ ଜଣ ଅନୁସୂଚିତ ଜନଜାତି ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି। ପ୍ରାୟ ଅଧିକାଂଶ ଛାତ୍ରଛାତ୍ରୀ ଗରିବ ଶ୍ରେଣୀର ହୋଇଥିବାରୁ ଶିକ୍ଷାଦାନ ପ୍ରଭାବିତ ହେଲେ ମଧ୍ୟ ଅଭିଭାବକ ମାନେ ବାଧ୍ୟ ହୋଇ ପିଲାଙ୍କୁ ସାର୍ଟିଫିକେଟ ଖଣ୍ଡେ ପାଇଁ ଏଠାରେ ପାଠ ପଢାଉଛନ୍ତି। ସେହିପରି ୧୬୦ ଜଣ ଛାତ୍ରୀ ଛାତ୍ରୀ ନିବାସରେ ରହୁଥିଲେ ମଧ୍ୟ ଉଚ୍ଚ ପାଚେରୀ ନଥିବାରୁ ପାଗଳ ମଦ୍ୟପ ପାଚେରୀ ଡେଇଁ ହତାରେ ପଶି ଯାଉଛନ୍ତି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories