www.samajalive.in
Sunday, December 14, 2025
23.1 C
Bhubaneswar

କଲେଜ କୋଠା ଉପରେ ୨ ଛାତ୍ରୀଙ୍କ ରିଲ୍ସ

ବ୍ରହ୍ମପୁର: ବର୍ତ୍ତମାନର ଯୁବପିଢି ଏବେ ରିଲ୍ସ ନିଶାରେ ମାତିଛନ୍ତି। ରିଲ୍ସ ଏବଂ ସେଲ୍‌ଫି ନିଶାରେ ଅନେକ ଦୁର୍ଘଟଣା ଘଟୁଥିଲେ ମଧ୍ୟ ସଚେତନ ନହେବା ଚିନ୍ତାର ବିଷୟ। ଏମିତି ଏକ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଏହି ଭିଡିଓରେ ଥିବା ଦୁଇଜଣ ଛାତ୍ରୀ ବ୍ରହ୍ମପୁର ସହର ସ୍ଥିତ ଶଶିଭୂଷଣ ରଥ ସରକାରୀ ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟର ବୋଲି ସାଧାରଣରେ ଅାଲୋଚନା ହେଉଛି। ରିଲ୍ସ କରିବା ପାଇଁ ଦୁଇଜଣ ଛାତ୍ରୀ କଲେଜର ୪ମହଲା ଛାତକୁ ଚଢି ଯାଇଥିଲେ। ସେମାନେ ରିଲ୍ସ ସୁଟିଂରେ ଏତେ ବ୍ୟସ୍ତ ଅଛନ୍ତି ଯେ, ଛାତର ଅଗ୍ରଭାଗକୁ ଚାଲିଯାଇଥିଲେ ମଧ୍ୟ ଜାଣିପାରିନାହାନ୍ତି। ଯଦି କୌଣସି କାରଣରୁ ଆଉ ପାଦେ ଆଗକୁ ଆସିଯାଇଥାନ୍ତେ, ତାହେଲେ ତଳେ କଚାଡି ହୋଇ ପଡିବା ନିଶ୍ଚିତ। ଏଭଳି ବିପଦପୂର୍ଣ୍ଣ ସ୍ଥାନରେ ରିଲ୍ସ କରିବା ପାଇଁ ସେମାନେ କିଭଳି ସାହସ ଜୁଟାଇଲେ ଏବଂ ସେମାନେ ଛାତକୁ ଗଲା ବେଳେ କଲେଜ କର୍ତ୍ତୃପକ୍ଷ ଜାଣିପାରିଲେ ନାହିଁ କିପରି ତାହା ବର୍ତ୍ତମାନ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାକୁ ନେଇ ବୁଦ୍ଧିଜୀବୀ ଚିନ୍ତା ପ୍ରକଟ କରିବା ସହ ଯେ କୌଣସି କାର୍ଯ୍ୟ କରିବା ପୂର୍ବରୁ ପ୍ରଥମେ ସୁରକ୍ଷା କଥାକୁ ଗୁରୁତ୍ବ ଦେବା ଆବଶ୍ୟକ ବୋଲି କହିଛନ୍ତି। କିନ୍ତୁ ଏହି ଭିଡିଓରେ ଯାହା ଦେଖାଯାଉଛି ସୁରକ୍ଷା ପ୍ରତି ଛାତ୍ରୀଦ୍ବୟ ଆଦୌ ଗୁରୁତ୍ବ ଦେଇନାହାନ୍ତି। ଯଦି କୌଣସି ଅଘଟଣ ଘଟିଥାନ୍ତା ତାହେଲେ ଏଥିପାଇଁ ଦାୟୀ କିଏ ରହିଥାନ୍ତା ବୋଲି ସାଧାରଣ ଲୋକେ ପ୍ରଶ୍ନ କରିଛନ୍ତି। ପିଲାମାନେ କଲେଜକୁ ପାଠ ପଢିବା ପାଇଁ ଯାଉଥିବା ବେଳେ ତାହା ନକରି ଏଭଳି ରିଲ୍ସ କରିବା ସେମାନଙ୍କ ବିଶୃଙ୍ଖଳ ଆଚରଣକୁ ସ୍ପଷ୍ଟ କରୁଛି ବୋଲି ମତ ପ୍ରକାଶ ପାଉଛି। ଏନେଇ କଲେଜର ଅଧ୍ୟକ୍ଷ ଡ.କାହ୍ନୁଚରଣ ପାଢୀଙ୍କ ସହ ଯୋଗାଯୋଗ କରାଯିବାରେ ସେ କହିଛନ୍ତି ଯେ, ଛାତ୍ରୀଦ୍ବୟ ଯେଉଁ ୟୁନିଫର୍ମ ପିନ୍ଧିଛନ୍ତି ତାହା ଯୁକ୍ତ ଦୁଇ ଶ୍ରେଣୀ ପିଲାଙ୍କର। ଗତ ୩ବର୍ଷ ହେଲା ଯୁକ୍ତ ଦୁଇର କ୍ଲାସ୍ ଅନ୍ୟ କୋଠାରେ ଚାଲୁଛି। ୨୦୨୦ ମସିହାରୁ ଉପରକୁ ଯିବା ପାଇଁ ରହିଥିବା ରାସ୍ତାରେ ଚାବି ପକାଯାଇଛି। ବର୍ତ୍ତମାନ ଯିବା ସମ୍ଭବ ନୁହେଁ। ତେଣୁ ଏହା ପୁରୁଣା ଭିଡିଓ ହୋଇଥାଇପାରେ ବୋଲି ସେ କହିବା ସହ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories