www.samajalive.in
Sunday, December 14, 2025
23.1 C
Bhubaneswar

କଡା ସୁରକ୍ଷା ବଳୟରେ ପାଳିତ ହେଲା ଇଦ

ସମ୍ବଲପୁର: ଚଳିତ ବର୍ଷର ହନୁମାନ ଜୟନ୍ତୀ ଉତ୍ସବ ସମୟରେ ସମ୍ବଲପୁର ଠାରେ ହୋଇଥିବା ସାମ୍ପ୍ରଦାୟିକ ହିଂସାକାଣ୍ଡକୁ ଧ୍ୟାନରେ ରଖି ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଶନିବାର ପବିତ୍ର ଇଦ ଉତ୍ସବ ପାଳନ ସମୟରେ କରାଯାଇଥିଲା। ପ୍ରଶାସନ ଓ ପୁଲିସ ପକ୍ଷରୁ ସହର ମଧ୍ୟରେ ଥିବା ଇଦଗା ସମେତ ଅନ୍ୟାନ୍ୟ ସ୍ଥାନରେ ସାମୁହିକ ନମାଜ ପାଠ ପାଇଁ ରୋକ ଲଗାଯାଇଥିବା ବେଳେ ମସଜିଦ ଗୁଡିକରେ ସୀମିତ ସଂଖ୍ୟାରେ ଆୟୋଜନ ପାଇଁ ଅନୁମତି ପ୍ରଦାନ କରାଯାଇଥିଲା। ଏଣୁ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ପ୍ରଶାସନର ନିଷ୍ପତ୍ତିକୁ ସମ୍ମାନ ଦେଇ ସହରର ବିଭିନ୍ନ ଥାନାଞ୍ଚଳରେ ଥିବା ମସଜିଦ ଗୁଡିକରେ ସୀମିତ ଶ୍ରଦ୍ଧାଳୁ ମାନଙ୍କୁ ନେଇ ଇଦ ର ନମାଜ ପାଠ କରାଯାଇଥିଲା। ସ୍ଥିତିରେ ସୁଧାର ଆସିଥିବାରୁ ପ୍ରଶାସନ ପକ୍ଷରୁ ଶନିବାର ସକାଳ ୫ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କର୍ଫ୍ୟୁରେ କୋହଳ ଦିଆଯାଇଥିବାରୁ ମସଜିଦ ଗୁଡିକରେ ସକାଳୁ ନମାଜ ପାଠର ଆୟୋଜନ କରାଯାଇଥିଲା। ସବୁ ମସଜିଦ ସମ୍ମୁଖରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ କୌଣସି ପ୍ରକାରର ଅପ୍ରିତିକର ପରିସ୍ଥିତକୁ ଏଡାଇବା ପାଇଁ ପୁଲିସ ପକ୍ଷରୁ ସ୍ଥିତି ଉପରେ କଡା ଓ ତୀକ୍ଷଣ ନଜର ରଖାଯାଇଥିଲା। ଏହି ଅବସରରେ ସମ୍ବଲପୁର ଜିଲା ଆରକ୍ଷୀ ଅଧିକ୍ଷକ ବାଟ୍ଟୁଲା ଗଙ୍ଗାଧର କହିଛନ୍ତି ଯେ, ଇଦ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା। ଆଜି ଯେଉଁ କଟକଣା କରାଯାଇଥିଲା, ତାହାକୁ ଧ୍ୟାନରେ ରଖି କେହି ବାହାରେ ନମାଜ ପାଠ ନ କରି ସମସ୍ତେ ମସଜିଦ ମଧ୍ୟରେ ନମାଜ ପାଠ କରିଛନ୍ତି ଏବଂ ଶାନ୍ତି ଶୃଙ୍ଖଳାର ସହିତ ସୁରୁଖୁରୁରେ ସମ୍ପନ୍ନ ହୋଇଛି ବୋଲି ଏସପି ଗଙ୍ଗାଧର କହିଛନ୍ତି। ଅନ୍ୟ ପକ୍ଷରେ ମସଜିଦ ଗୁଡିକରେ ଇଦ ର ନମାଜ ସମୟରେ ସହରର ଯେପରି ଶାନ୍ତି ଫେରି ଆସିବ ସେ ନେଇ ପ୍ରାର୍ଥନା କରିଥିଲେ ବୋଲି ମୁସଲିମ ସମ୍ପ୍ରଦାୟର ଲୋକେ ଇଦ ଅବସରରେ କହିଛନ୍ତି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories