www.samajalive.in
Sunday, December 14, 2025
14.1 C
Bhubaneswar

ଆଜି ଆଦ୍ୟ ପର୍ବ ଶୀତଳଷଷ୍ଠୀର ଥାଳ ଉଠା ନିତି

ସମ୍ବଲପୁର: ସମ୍ବଲପୁରରେ ପ୍ରାୟ ୪ ଶହ ବର୍ଷ ହେବ ଆୟୋଜିତ ହୋଇ ଆସୁଥିବା ଦେବ ଦେବ ମହାଦେବ ଓ ଜଗତଜନନୀ ମାତା ପାର୍ବତୀଙ୍କ ବିବାହ ଉତ୍ସବର ଆଦ୍ୟ ପର୍ବ ଶୀତଳଷଷ୍ଠୀ ମହୋତ୍ସବ ପାଇଁ ରବିବାର ବିଭିନ୍ନ ଯାତ୍ରା କମିଟି ପକ୍ଷରୁ ପ୍ରଥମ ନିତି ଥାଳଉଠା କାର୍ଯ୍ୟକ୍ରମ ଆୟୋଜିତ ହେବ। ପବିତ୍ର ଅକ୍ଷୟ ତୃତୀୟ ତିଥିରେ ପ୍ରତି ବର୍ଷ ଆୟୋଜିତ ହେଉଥିବା ଏହି ସପ୍ତାହ ବ୍ୟାପି ଉତ୍ସବର ଶୁଭାରମ୍ଭ ଥାଳ ଉଠା କାର୍ଯ୍ୟକ୍ରମ ସହିତ ଆୟୋଜିତ ହୋଇଥାଏ। ଏହି ଅବସରରେ ମାତା ପାର୍ବତୀଙ୍କ ପିତାମାତା ଚୟନ ହେବା ସହିତ ଏହି ଉତ୍ସବ ପାଇଁ ଆନୁଷ୍ଠାନିକ ଭାବରେ ସହଯୋଗ ରାଶି ଗ୍ରହଣ କରିବାର ଆରମ୍ଭ କରାଯାଇଥାଏ। ଦେବ ଦେବ ମହାଦେବ ଶିବ ଓ ମାତା ପାର୍ବତୀଙ୍କ ଏହି ଦେବ ବିବାହ ଉତ୍ସବ ସାଧାରଣ ମନୁଷ୍ୟ ଙ୍କ ବିବାହ ଉତ୍ସବ ଭଳି ଆୟୋଜିତ ହେଉଥିବା ବେଳେ ଏହାକୁ ନେଇ ପଶ୍ଚିମ ଓଡ଼ିଶାରେ ପ୍ରବଳ ଉତ୍ସାହ ଜନତା ଙ୍କ ମଧ୍ୟରେ ପରିଲକ୍ଷିତ ହୋଇଥାଏ ଏବଂ ଏହି ଲୌକିକ ଦେବ ଦମ୍ପତ୍ତି ଙ୍କ ବିବାହ ଉତ୍ସବ ଦେଖିବା ଓ ଆର୍ଶିବାଦ ଲାଭ ନିମନ୍ତେ ସମ୍ବଲପୁରରେ ଲକ୍ଷ ଲକ୍ଷ ଭକ୍ତ ଙ୍କ ଜନସମାଗମ ସମ୍ବଲପୁର ଠାରେ ହୋଇଥାଏ। ଚଳିତ ବର୍ଷ ଏପ୍ରିଲ ୨୩ ତାରିଖ ରବିବାରରେ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଥାଳ ଉଠା କାର୍ଯ୍ୟକ୍ରମ, ମେ ୨୦ ତାରିଖ ଶନିବାର ଦିନ ପତ୍ରପେଣ୍ଡି ନିତି, ମେ ୨୧ ତାରିଖ ରବିବାର ଦେବ ନିମନ୍ତ୍ରଣ, ମେ ୨୩ ତାରିଖ ମଙ୍ଗଳବାର ଦେବ ବିବାହରେ ସାକ୍ଷୀ ରହିବା ପାଇଁ ଶ୍ରୀ ସାକ୍ଷୀଗୋପିନାଥ ଙ୍କ ଆଗମନ, ମେ ୨୪ ତାରିଖ ବୁଧବାର ଶିବ ବିବାହ, ମେ ୨୫ ତାରିଖ ଗୁରୁବାର (ରାତ୍ରି) ନଗର ପରିକ୍ରମା ଶୋଭାଯାତ୍ରା ଆରମ୍ଭ ଓ ମେ ୨୬ ତାରିଖ ଶୁକ୍ରବାର ଅପରାହ୍ନରେ ନଗର ଶୋଭାଯାତ୍ରା ସମ୍ପନ୍ନ ଏବଂ ଦେବ ଦମ୍ପତ୍ତିଙ୍କର ମନ୍ଦିର ପ୍ରବେଶ ନିତି ଅନୁଷ୍ଠିତ ହେବ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories