ସମ୍ବଲପୁର: ବିଗତ ଦିନରେ ହନୁମାନ ଜୟନ୍ତୀ ଉତ୍ସବ ଅବସରରେ ହୋଇଥିବା ସାମ୍ପ୍ରଦାୟିକ ହିଂସାକାଣ୍ଡ ପରେ ଏବେ ମଧ୍ୟ କର୍ଫ୍ୟୁ ସମ୍ବଲପୁର ସହରର ୬ଟି ଥାନାଞ୍ଚଳରେ ବଳବତ୍ତର ରହିଛି। ଏଣୁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯିବା ସହିତ ଶାନ୍ତି ଓ ମୈତ୍ରୀ ପୁନଃ ସ୍ଥାପନ ନିମନ୍ତେ ଶାନ୍ତି ଆଲୋଚନା, ବୈଠକ, ଶୋଭାଯାତ୍ରା ଆଦି ସମେତ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି କ୍ରମରେ ଶନିବାର ପବିତ୍ର ଇଦ ଉତ୍ସବ ଥିବାରୁ ପଲଟନ ମସଜିଦ ନିକଟରେ ସଦର ତହସିଲଦାର ଲକ୍ଷ୍ମନ ଅମାତ ଓ ଅନ୍ୟ ଅଧିକାରୀ ମାନେ ମୁସଲିମ ସମ୍ପ୍ରଦାୟର ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରିଛନ୍ତି। ଏହି ଆଲୋଚନା ସମୟରେ ମୁସଲିମ ସିଟିଜେନ ଫୋରମର ସଭାପତି ମହମ୍ମଦ ନୱାବ, ସମ୍ବଲପୁର ପଲଟନ ମସଜିଦ କମିଟିର ସଭାପତି ଇବ୍ରାହିମ ଚୌଧୁରୀଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଏହି ସଦର ତହସିଲଦାର ଶ୍ରୀ ଅମାତ ଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ। ସହରରେ ଯେଭଳି ଶାନ୍ତି ଓ ମୈତ୍ରୀର ବାତାବରଣ ପୁନଃ ଫେରି ଆସିବ ସେ ଦିଗରେ ତହସିଲଦାରଙ୍କ ସହିତ ମୁସଲିମ ସମ୍ପ୍ରଦାୟର ପ୍ରତିନିଧି ମାନେ ଆଲୋଚନା କରିବା ସହିତ ସମସ୍ୟାର ସମାଧାନ ଉପରେ ଆଲୋଚନା କରିଥିଲେ।
Popular Categories



