www.samajalive.in
Sunday, December 14, 2025
23.1 C
Bhubaneswar

ପର୍ଜନପୁରରେ ଚବିଶପ୍ରହର ନାମଯଜ୍ଞ,ମହିଳା ସଂକୀର୍ତ୍ତନ ମୁଖ୍ୟ ଆକର୍ଷଣ

କେନ୍ଦୁଝରଗଡ଼: କେନ୍ଦୁଝର ସଦର ବ୍ଲକ ପର୍ଜନପୁର ଗ୍ରାମରେ ଶୁକ୍ରବାର ଠାରୁ ଚବିଶ ପ୍ରହର ନାମଯଜ୍ଞ ଆରମ୍ଭ ହୋଇଛି। ଶୁକ୍ରବାର ପୂର୍ବାହ୍ନ ୭ଟାରେ ପାଟୁଙ୍ଗ ସଙ୍କୀର୍ତ୍ତନମଣ୍ଡଳୀ ସଦସ୍ୟ ସମୂହ କଳସ ଶୋଭାଯାତ୍ରାରେ ଆସି ଘଟ ସ୍ଥାପନ ପରେ ପୂଜକ ନିରଞ୍ଜନ କରଙ୍କ ଦ୍ୱାରା ଯଜ୍ଞ ପୂଜାର୍ଚ୍ଚନା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସନ୍ତୋଷ ଗିରି ଓ ବନମାଳୀ ମହାନ୍ତ ସଙ୍କଳ୍ପ କାର୍ଯ୍ୟରେ ପୂଜାକାର୍ଯ୍ୟକୁ ଆଗେଇ ନେବାରେ ସହଯୋଗ କରିଛନ୍ତି। ଏଥିରେ ପଡୋଶୀ ମୟୁରଭଞ୍ଜ ଜିଲାର ଦିଘାରୀଅସ୍ତିଆ, ଭାଲୁବସା, ଗହଳମୁଣ୍ଡା ଓ ଚିତ୍ରଡା, କେନ୍ଦୁଝର ଜିଲା ପାଟଣା ବ୍ଲକ ମାଟିଖଣି ଗ୍ରାମକୁ ମିଶାଇ ମୋଟ ୫ ସଙ୍କୀର୍ତ୍ତନମଣ୍ଡଳୀ ଅଂଶଗ୍ରହଣ କରି ଯଜ୍ଞ କାର୍ଯ୍ୟକୁ ଆଗେଇ ନେବାରେ ସହଯୋଗ କରିଛନ୍ତି।

ବିଶେଷକରି ଅଂଶଗ୍ରହଣ କରିଥିବା ୩ ମହିଳା ସଂକୀର୍ତ୍ତନମଣ୍ଡଳୀର ନାମଯଜ୍ଞ ପରିବେଷଣକୁ ଦେଖିବା ପାଇଁ ପ୍ରବଳ ଭିଡ ଜମୁଥିବା ବେଳେ ଆସନ୍ତା ୨୪ ତାରିଖ ଏହି ଯଜ୍ଞର ପୂର୍ଣ୍ଣାହୁତି ଦିଆଯିବା ସହ ନଗରକୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଗ୍ରାମର ସ୍ୱୟଂସହାୟିକା ଗୋଷ୍ଠୀ ସଦସ୍ୟାଙ୍କ ସମେତ ନବଘନ ମହାନ୍ତ, ରଘୁନାଥ ମୁଣ୍ଡା, ଜଳଧର ମହାକୁଡ, ବୀଭିଷଣ ମହାନ୍ତ, ଦୁର୍ଯ୍ୟୋଧନ ମହାନ୍ତ, ଶରତ ଚନ୍ଦ୍ର ଗିରି, ଯଦୁମଣୀ ମହାନ୍ତ, ପୂର୍ଣ୍ଣଚନ୍ଦ୍ର ଗିରି, ଅଜୟ କୁମାର ମୁଣ୍ଡା, ଘାସିନାଥ ଗିରି, ଦୀନବନ୍ଧୁ ମହାନ୍ତ, ଗୌତମ ମହାନ୍ତ, ମହେଶ୍ୱର ଗିରି, ବିଦ୍ୟାଧର ପ୍ରଧାନ, କାର୍ତ୍ତିକେଶ୍ୱର ପ୍ରଧାନ, ମୁନା ମୁଣ୍ଡା ଓ ପବିତ୍ର ଗିରି ପ୍ରମୁଖ ଚବିଶ ପ୍ରହର ନାମଯଜ୍ଞ ଆୟୋଜନ ଓ ପରିଚାଳନାରେ ସକ୍ରିୟ ସହଯୋଗ କରିଛନ୍ତି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories