ରେଙ୍ଗାଲି ଓ ଲଇଡା ଅଞ୍ଚଳରେ ୧୨ଘଣ୍ଟିଆ ବନ୍ଦ ସଫଳ

ରେଙ୍ଗାଲି: ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗଦଳ ପଶ୍ଚିମ ପ୍ରାନ୍ତ ପକ୍ଷରୁ ଆଜି ଆଜି ୧୪ ଜିଲ୍ଲାରେ ଦିଆଯାଇଥିବା ବନ୍ଦ ଡାକରାକୁ ସମର୍ଥନ କରି ରେଙ୍ଗାଲି, ଲଇଡା, ଝାଙ୍କରପାଲି ଲାଲ୍ ଛକ, ଗଣେଶନଗର, ରାମଚନ୍ଦ୍ର ନଗର ଆଦି ଅଞ୍ଚଳରେ ବନ୍ଦ ପାଳନ କରାଯାଇଥିବା ଦେଖିବାକୁ ମିଳିଥିଲା। ବଜରଙ୍ଗ ଦଳ, ବିଶ୍ୱ ହିନ୍ଦୁ ପରିଷଦ, ରାମସେନା ଆଦି ସଙ୍ଗଠନର କର୍ମକର୍ତ୍ତା, ସଦସ୍ୟ ମାନେ ବନ୍ଦ ପାଳନକୁ ସଫଳ କରିବାକୁ ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ। ବନ୍ଦକୁ ପୂର୍ଣ ସମର୍ଥନ ଜଣାଇ ଔଷଧ ଦୋକାନ ଓ ଡାକ୍ତରଖାନା ବ୍ୟତୀତ ସମସ୍ତ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ସରକାରୀ ବେସରକାରୀ ଅଫିସ ଦପ୍ତର ବନ୍ଦ ରହିଥିଲା।

Comments are closed.