ସ୍ତ୍ରୀ ହତ୍ୟାକାରୀ ସାଜିଲା ମଦ୍ୟପ ସ୍ୱାମୀ

ହରଭଙ୍ଗା: ସ୍ୱାମୀ/ସ୍ତ୍ରୀ ଭଳି ପବିତ୍ର ସର୍ମ୍ପକରେ ଲାଗିଲା କଳଙ୍କ। ସ୍ତ୍ରୀର ପରକୀୟା ପ୍ରୀତିକୁ ସନ୍ଦେହ କରି ଜନୈକ ମଦ୍ୟପ ସ୍ୱାମୀ ସ୍ତ୍ରୀକୁ ହତ୍ୟା କରିଛି। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ହରଭଙ୍ଗା ଥାନା ଅର୍ନ୍ତଗତ ତଳଗାଁ ପଂଚାୟତର ବଡଭୁରତା ଗ୍ରାମରେ। ପୁଲିସ ସ୍ରୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବଡଭୁରତା ଗ୍ରାମର ଅଭୟ ନାଏକ ଏବଂ ତାଙ୍କ ପନ୍ତ୍ରୀ କଇମତି ନାଏକ ଦୁଇ ଝିଅ ଏବଂ ଗୋଟିଏ ପୁଅକୁ ନେଇ ତାଙ୍କ ଛୋଟ ପରିବାର। ସ୍ତ୍ରୀ କଇମତିର ଚରିତ୍ରକୁ ସନ୍ଦେହ କରି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଉତ୍ୟକ୍ତ ହୋଇ ମଦ୍ୟପ ସ୍ୱାମୀ ଅଭୟ ଏକ ବାଉଁଶ ଠେଙ୍ଗାରେ ପତ୍ନୀ କଇମିତିର ମୁଣ୍ଡ ପଛଭାଗକୁ ଆକ୍ରମଣ କରିଥିଲା। ତାଙ୍କୁ ମୂର୍ମୁୂଷୂ ଅବସ୍ଥାରେ ତଳଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଖବର ପାଇ ହରଭଙ୍ଗା ପୁଲିସ ଘଟଣାସ୍ଥଳରେ ପଂହଚି ମଦ୍ୟପ ସ୍ୱାମୀ ଅଭୟଙ୍କୁ କାବୁ କରିବା ସହିତ ଶବ ବ୍ୟବଛେଦ ପାଇଁ ବୌଦ୍ଧ ପଠାଇଛି।

Comments are closed.