www.samajalive.in
Sunday, December 14, 2025
26.1 C
Bhubaneswar

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ବୁକିଂ କରିଥିଲେ ଗଣିବାକୁ ପଡ଼ିବନି ତଣ୍ଡ

ଭୁବନେଶ୍ବର: ହାଇସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ଆସିଲା ନୂଆ ନିୟମ। ରାଜ୍ୟ ସଡ଼କ ପରିବହନ ପ୍ରାଧିକରଣ ପକ୍ଷରୁ ଜାରି ହେଲା ନୂଆ ନିୟମ। ଧାର୍ଯ୍ୟ ତାରିଖ ସୁଦ୍ଧା ବୁକିଂ କରିଥିଲେ ଫାଇନ ଦେବାରୁ ବଞ୍ଚିତ ହେବେ ଜନସାଧାରଣ। ଚେକିଂବେଳେ ଅନଲାଇନ ବୁକିଂ ସ୍ଲିପ ଦେଖାଇଲେ ଫାଇନ ଦେବାକୁ ପଡ଼ିବ ନାହିଁ। ଗାଡ଼ିର ଶେଷ ନମ୍ବର ୧ ଓ ୨ରେ ସରୁଥିବା ନମ୍ବର ପାଇଁ ଡେଡ୍‌ଲାଇନ ୩୦ ସେପ୍ଟେମ୍ବର। ସେହିପରି ଗାଡ଼ିର ଶେଷ ନମ୍ବର ୭/୮ରେ ସରୁଥିଲେ ନଭେମ୍ବର ଓ ୯/୦ ପାଇଁ ଡିସେମ୍ବର ରଖାଯାଇଛି।

ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନେଇ ରାଜ୍ୟ ସଡ଼କ ପରିବହନ ପ୍ରାଧିକରଣ ପକ୍ଷରୁ ଏହି ନୂଆ ନିୟମ ଜାରି କରାଯାଇଛି। ପ୍ରକାଶିତ ନିର୍ଦ୍ଦେଶନାମା ଅନୁସାରେ, ଧାର୍ଯ୍ୟ ତାରିଖ ସୁଦ୍ଧା ବୁକିଂ କରିଥିଲେ ଗାଡ଼ି ଚାଳକ ଫାଇନ ଦେବାରୁ ବର୍ତ୍ତିବେ ବୋଲି କୁହାଯାଇଛି। ତେବେ ଗାଡ଼ି ଚାଳକ ଅନଲାଇନ ବୁକିଂ ସ୍ଲିପ୍ ଦେଖାଇଲେ ଚେକିଂରୁ ରକ୍ଷା ପାଇପାରିବେ।
ହାଇସିକ୍ୟୁରିଟି ନମ୍ବର ପ୍ଲେଟ କରିବା ନେଇ ଅନେକ ଲୋକ ସମସ୍ୟାରେ ରହିଛନ୍ତି। ବହୁ ଲୋକ ଆବେଦନ କରିଥିଲେ ହେଁ ଏ ପର୍ଯ୍ୟନ୍ତ ନମ୍ବର ପ୍ଲେଟ୍ ପାଉ ନ ଥିବା ବେଳେ ଅନେକ ସ୍ଲଟ ବୁକିଂ କରିବାରେ ସମସ୍ୟା ଭୋଗୁଛନ୍ତି। ଅନ୍ୟପକ୍ଷରେ ଗାଡ଼ି କିଣିବା ବେଳେ ଏଭଳି ନମ୍ବର ପ୍ଲେଟ୍ ନ ଦେଇ ଏବେ ସେମାନଙ୍କୁ ଖର୍ଚ୍ଚାନ୍ତ କରି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ହୋଇଛି। ହାଇସିକ୍ୟୁରିଟି ନମ୍ବର ପ୍ଲେଟ ବୁକିଂ କରିବା ଓ ଏହାକୁ ପାଇବାରେ ହଇରାଣ ହରକତ ହେବାକୁ ପଡ଼ୁଥିବାରୁ ସରକାରଙ୍କ ଏଭଳି ନିଷ୍ପତ୍ତି ବିରୋଧରେ ଜନ ଅସନ୍ତୋଷ ଦେଖାଦେଇଛି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories