www.samajalive.in
Sunday, December 14, 2025
23.1 C
Bhubaneswar

ପାଙ୍ଗା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ନାହିଁ ପାଣିର ବ୍ୟବସ୍ଥା

ନର୍ଲା: ନର୍ଲା ବ୍ଲକ ଅଧିନସ୍ଥ କୁରମେଲ୍ ପଞ୍ଚାୟତର ଅଖ୍ୟାତ ପଲ୍ଲୀ ପାଙ୍ଗା । ଏହି ଅଖ୍ୟାତ ପଲ୍ଲୀରେ ରହିଛି ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ୪୪ ଜଣ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରେ ପାଠ ପଢୁଛନ୍ତି, ଅଥଚ ଏହି ବିଦ୍ୟାଳୟ ପରିସରରେ ଆଜି ଯାଏଁ ପାଣି ମୁନ୍ଦାଏ ବ୍ୟବସ୍ଥା ହୋଇ ପାରିନାହିଁ।। ନଳକୂପଟିଏ ନଥିବାରୁ ବିଦ୍ୟାଳୟର କିଭଳି ଅବସ୍ଥା ହେଉଥିବ ତାହା ଅନୁମେୟ । ସରକାର ଗୋଟିଏ ବିଦ୍ୟାଳୟରେ ଆଜିଯାଏଁ ପାଣି ଟିକକର ବ୍ୟବସ୍ଥା କରିବାରେ ବିଫଳ ହୋଇଛନ୍ତି । ଅନ୍ୟପଟେ ସରକାରୀ ବ୍ୟବସ୍ଥା ଅନୁଯାୟୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଛି । ପାଣି ଟିକକ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ଅବ୍ୟବସ୍ଥା ହେଉଥିବା ଜଣାପଡିଛି । ଗାଁ ଭିତରେ ଥିବା ନଳକୂପର ପାଣି ଆଣି ଭୋଜନର ପ୍ରସ୍ତୁତ କରାଯାଉଛି। ତେବେ ଜଳ ହିଁ ଜୀବନ ବୋଲି ଗୋଟିଏ ପଟେ ଡିଣ୍ଡିମ ବାଜୁଥିବା ବେଳେ ପାଙ୍ଗା ବିଦ୍ୟାଳୟକୁ ଅଣଦେଖା କରିବା ଦୁଃଖ ଓ ପରିତାପର ବିଷୟ । ପ୍ରଶାସନ ତୁରନ୍ତ ଏଥିପ୍ରତି ପଦକ୍ଷେପ ନେଇ ନଳକୂପଟିଏ ଖୋଳିବା ପାଇଁ ଦାବୀ ହେଉଛି ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories