www.samajalive.in
Friday, December 5, 2025
20.1 C
Bhubaneswar

ବିହାର, ମଧ୍ୟ ପ୍ରଦେଶ, ହିମାଚଳ ପ୍ରଦେଶ ଠାରୁ ବି ପଛରେ ପଡିଲା, ସେବା କ୍ଷେତ୍ର କର୍ମ ନିଯୁକ୍ତିରେ ଜାତୀୟ ହାରଠାରୁ ଓଡ଼ିଶା ପଛୁଆ

ନୂଆଦିଲ୍ଲୀ: ସେବା କ୍ଷେତ୍ର କର୍ମ ନିଯୁକ୍ତିରେ ଜାତୀୟ ହାରଠାରୁ ଓଡ଼ିଶା ପଛରେ ରହିଛି । ନିତି ଆୟୋଗ ଦ୍ୱାରା ୨୦୨୫ ବର୍ଷ ପାଇଁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୨୩-୨୪ ବର୍ଷରେ ସେବା କ୍ଷେତ୍ର କର୍ମ ନିଯୁକ୍ତିରେ ଜାତୀୟ ହାର ୨୯.୭ ପ୍ରତିଶତ ରହିଥିଲା । ଏହି ସମୟରେ ଓଡ଼ିଶାରେ ସେବା କ୍ଷେତ୍ରରେ କର୍ମ ନିଯୁକ୍ତି ହାର ୨୫ ପ୍ରତିଶତ, ବିହାରରେ ୨୨.୨ ପ୍ରତିଶତ, ମଧ୍ୟ ପ୍ରଦେଶରେ ୧୯.୭ ପ୍ରତିଶତ ଏବଂ ହିମାଚଳ ପ୍ରଦେଶରେ ୧୯.୧ ପ୍ରତିଶତ ଥିଲା । ଏସବୁ ରାଜ୍ୟରେ କୃଷି ଓ ଶିଳ୍ପ କ୍ଷେତ୍ରରେ ଅଧିକ ନିଯୁକ୍ତି ଦେଖିବାକୁ ମିଳିଥିଲା ।

ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ୨୦୧୧-୧୨ ବର୍ଷରେ କର୍ମ ନିଯୁକ୍ତି ହାର ୨୧.୬ ପ୍ରତିଶତରୁ ବୃଦ୍ଧି ପାଇ ୨୦୨୩-୨୪ ବର୍ଷରେ ୨୫ ପ୍ରତିଶତରେ ପହଞ୍ଚିଛି । ତେବେ ବିଗତ ୧୫ ବର୍ଷରେ ସେବା କ୍ଷେତ୍ରରେ କର୍ମ ନିଯୁକ୍ତି ହାର ତିନିଥର ୨୫ ପ୍ରତିଶତରୁ ଅଧିକ ରହିଥିଲା । ୨୦୧୮-୧୯ ବର୍ଷରେ ୨୬.୪ ପ୍ରତିଶତ, ୨୦୨୧-୨୨ ବର୍ଷରେ ୨୭.୩ ପ୍ରତିଶତ ଏବଂ ୨୦୨୨-୨୩ ବର୍ଷରେ ୨୬.୧ ପ୍ରତିଶତ ରହିଥିଲା । ଏହି ପରିସଂଖାନକୁ ହିସାବକୁ ନେଲେ ଜଣାପଡ଼ୁଛି ଯେ ରାଜ୍ୟରେ ସେବା କ୍ଷେତ୍ରରେ କର୍ମ ନିଯୁକ୍ତି ହାର ପୂର୍ବ ବର୍ଷ ତୁଳନାରେ କମିଛି । ସେବା କ୍ଷେତ୍ରରେ ରାଜ୍ୟରେ କର୍ମନିଯୁକ୍ତି ହାର ଅଭିବୃଦ୍ଧି ପାଇଁ ରିପୋର୍ଟରେ ତିନି ସୂତ୍ରୀ ସୁପାରିସ କରାଯାଇଛି । ଐତିହ୍ୟସ୍ଥଳୀ ନିକଟରେ ଅତିଥି ସେବା ଓ କଳା ସହ ଜଡ଼ିତ କାର୍ଯ୍ୟକ୍ରମ ବୃଦ୍ଧି, ଗ୍ରାମ୍ୟ ସ୍ୱାସ୍ଥ୍ୟସେବାର ଉନ୍ନତିକରଣ ଏବଂ ପିଏଚସି ଓ ସବ୍‌-ସେଣ୍ଟରରେ ଟେଲିମେଡ଼ିସିନ ସେବା ଉପଲବ୍ଧ ସହ ଡାକ୍ତର ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ନିଯୁକ୍ତି, କଟକ ଓ ପୁରୀ ଅଞ୍ଚଳରେ ହସ୍ତଶିଳ୍ପ ଏବଂ ହସ୍ତକଳା ଶିଳ୍ପର ବିକାଶ ସହ ତାଲିମ, ଡିଜାଇନ ସୁବିଧା ଉପଲବ୍ଧ ଆଦି ପ୍ରସ୍ତାବ ରହିଛି ।

- Advertisement -

୨୦୨୩-୨୪ ବର୍ଷରେ ରାଜ୍ୟର ସେବା କ୍ଷେତ୍ରରେ ପ୍ରାୟ ୫.୪ ମିଲିଅନ ଲୋକ ନିଯୁକ୍ତି ପାଇଥିଲେ । ସେମାନଙ୍କ ମଧ୍ୟରୁ ହୋଲସେଲ ଓ ରିଟେଲ ବାଣିଜ୍ୟ କ୍ଷେତ୍ରରେ ୩୬.୪ ପ୍ରତିଶତ, ପରିବହନ ଓ ଭଣ୍ଡାର କ୍ଷେତ୍ରରେ ୧୬.୩ ପ୍ରତିଶତ, ହୋଟେଲ ଶିଳ୍ପ ଏବଂ ଖାଦ୍ୟ କ୍ଷେତ୍ରରେ ୭.୩ ପ୍ରତିଶତ, ପ୍ରଶାସନିକ କ୍ଷେତ୍ରରେ ୫ ପ୍ରତିଶତ, ବିଜ୍ଞାନ ବୈଷୟିକ ଏବଂ ପେଷାଦାର କ୍ଷେତ୍ରରେ ୨.୧ ପ୍ରତିଶତ, କଳା ଓ ଆମୋଦପ୍ରମୋଦ କ୍ଷେତ୍ରରେ ୦.୭ ପ୍ରତିଶତ, ଶିକ୍ଷା କ୍ଷେତ୍ରରେ ୧୨.୧ ପ୍ରତିଶତ, ଅନ୍ୟାନ୍ୟ ସେବା କ୍ଷେତ୍ରରେ ୫.୮ ପ୍ରତିଶତ, ସୂଚନା ଓ ଯୋଗାଯୋଗ କ୍ଷେତ୍ରରେ ୦.୯ ପ୍ରତିଶତ, ଆର୍ଥିକ ଓ ବୀମା କ୍ଷେତ୍ରରେ ୨.୮ ପ୍ରତିଶତ, ସାଧାରଣ ପ୍ରଶାସନ ଓ ପ୍ରତିରକ୍ଷା କ୍ଷେତ୍ରରେ ୩.୮ ପ୍ରତିଶତ ଏବଂ ସ୍ୱାସ୍ଥ୍ୟ ଓ ସାମାଜିକ ସେବା କ୍ଷେତ୍ରରେ ୪.୧ ପ୍ରତିଶତ ରହିଥିଲା ।

ଗ୍ରସ୍‌ ଷ୍ଟେଟ୍‌ ଭ୍ୟାଲୁ ଆଡେଡ (ଜିଏସ୍‌ଭିଏ)କୁ ୪୦ ପ୍ରତିଶତରୁ କମ୍‌ ଯୋଗଦାନ ରହିଥିବା ରାଜ୍ୟ ତାଲିକାରେ ଓଡ଼ିଶା, ଛତିଶଗଡ଼, ଗୁଜୁରାଟ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶର ସେବା କ୍ଷେତ୍ର ରହିଛି । ରିପୋର୍ଟ ତଥ୍ୟ ଅନୁଯାୟୀ ଏହି ଶ୍ରେଣୀରେ ଓଡ଼ିଶାର ଅଂଶ ୩୮.୨ ପ୍ରତିଶତ ଅଛି । ରାଜ୍ୟର ଜିଏସ୍‌ଭିଏ ଖଣିଜ ଏବଂ ଖଣିଭିତ୍ତିକ ଶିଳ୍ପ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ଆଇଟି ଏବଂ ପର୍ଯ୍ୟଟନ ଭିତ୍ତିଭୂମି ନିର୍ମାଣକୁ ଗୁରୁତ୍ୱ ମିଳିଲେ ଖଣିଜ ଓ ଖଣିଭିତ୍ତିକ ଶିଳ୍ପ ଉପରେ ନିର୍ଭରଶୀଳତା ହ୍ରାସ ପାଇବ ବୋଲି ରିପୋର୍ଟରେ ଦର୍ଶାଯାଇଛି । ଓଡ଼ିଶା, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଭଳି ପ୍ରାକୃତିକ ସମ୍ପଦରେ ଭରପୁର ରାଜ୍ୟରେ ପର୍ଯ୍ୟଟନ, ଆୟୁଷ ସ୍ୱାସ୍ଥ୍ୟସେବା, ପରିବହନ, ଜଳବାୟୁ ପରିବର୍ତ୍ତନ ଓ ଶକ୍ତି, ଏମଏସଏମଇ ଆଦି କ୍ଷେତ୍ରର ବିସ୍ତାର ଲାଗି ରିପୋର୍ଟରେ ସୁପାରିସ କରାଯାଇଛି ।

 

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories