ପୂର୍ବ ଆକଳନକୁ ଭୁଲ୍ ପ୍ରାମାଣିତ କରି ବାତ୍ୟା ମନ୍ଥା ନିଜର ଗତି ପଥ ବଦଳାଇଛି । କାକିନାଡ଼ା ନୁହେଁ ଅମଲାପୁରମରେ ଲ୍ୟାଣ୍ଡଫଲ୍ କରିଛି ବାତ୍ୟା । ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେଉ ହେଉ କାକିନାଡାରେ ଭୀଷଣ ବାତ୍ୟା ନିଜ କରାଳ ରୂପେ ଦେଖାଇଛି । ଆନ୍ଧ୍ରରେ ପ୍ରଭାବିତ ହେବାକୁ ଥିବା ସବୁ ଜିଲ୍ଲାର ଜିଲ୍ଲାପାଳ ଆଲର୍ଟ ମୋଡ୍ରେ ରହିଛନ୍ତି । ବାତ୍ୟା ଦୁର୍ବଳ ଓ ଛୋଟ ହୋଇଥିବାରୁ ଏହାର ଆଖି ସୃଷ୍ଟି ହୋଇ ପାରି ନଥିଲା । ଏହାସତ୍ତ୍ୱେ କାକିନାଡ଼ା ଓ ଅମଲାପୁରମରେ ପ୍ରବଳ ବର୍ଷା ଓ ପବନ ହେଉଛି । ସେପଟେ ଓଡ଼ିଶା ସରକାର ଜିରୋ କାଜୁଆଲିଟି ଉପରେ ଗୁରତ୍ୱ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ଅଫିସରେ ବାତ୍ୟା ସ୍ଥିତି ସମୀକ୍ଷା କରିବା ପରେ ଗଣମାଧ୍ୟମକୁ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାର ଗତ ତିନି ଦିନ ଧରି ବାତ୍ୟାକୁ ନେଇ ବିରାଟ ପ୍ରସ୍ତୁତି କରିଥିଲେ । ବାତ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରେସମିଟ୍ । ୮ ଜିଲ୍ଲାର ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ରାଜସ୍ୱ ମନ୍ତ୍ରୀ ଓ ଏସ୍ଆରସିଙ୍କ ସହ ସମୀକ୍ଷା । ଲ୍ୟାଣ୍ତଫଲ୍ ପ୍ରକ୍ରିୟା ସତ୍ତ୍ୱେ ଓଡ଼ିଶାରେ ପ୍ରଭାବ ପଡ଼ିନାହିଁ । କିଛି ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି । ଗୋଟିଏ ସ୍ଥାନରେ ପାହାଡ଼ ଧସିଛି । ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ତଳିଆ ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ୧୭,୮୧୭ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର । ଏପର୍ଯ୍ୟନ୍ତ ୨,୧୯୮ ଗର୍ଭବତୀଙ୍କୁ ମେଡିକାଲରୁ ନିଆଯାଇଛି । ଆବଶ୍ୟକ ହେଲେ ତ୍ୱରିତ୍ ପଦକ୍ଷେପ ନିଆଯିବ ।
ଆମେ ଯାହା ଆକଳନ କରି ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଥିଲୁ, ସେମିତି କୌଣସି କ୍ଷୟକ୍ଷତି ହୋଇନାହିଁ । କେବଳ ଗଞ୍ଜାମ ଓ ଗଜପତି ଜିଲାରେ ଅଧିକ ବର୍ଷା ହୋଇଛି । କିଛି ସ୍ଥାନରେ ପଥର ଧସି ରାସ୍ତାରେ ପଡି ଅବରୋଧ ହୋଇଛି । ରାତି ଏଗାରଟା ସୁଦ୍ଧା ମାଲକାନଗିରିରେ ପ୍ରଭାବ ପଡ଼ିନାହିଁ । ତଥାପି ବଣ୍ଡା ଘାଟିରେ ପ୍ରଶାସନ ପ୍ରସ୍ତୁତ ରହିଛି । ସମସ୍ତ ଘଟଣା ଉପରେ ରାଜ୍ୟ କଣ୍ଟ୍ରୋଲ ରୁମରୁ କରାଯାଉଛି । ତଥାପି ସମସ୍ତ ଜିଲା ପ୍ରଶାସନ ଅଧିକାରୀ ପ୍ରସ୍ତୁତ ରହିଛନ୍ତି । ଆମ ରାଜ୍ୟ ବିପର୍ଯ୍ୟୟ ପରିଚାଳନାରେ ସବୁବେଳେ ଆଗରେ ରହିଛି । ଆମର ଲକ୍ଷ୍ୟ ଶୂନ୍ୟ ମୃତାହତ ବା ଜିରୋ କାଜୁଆଲିଟି । ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆମର କୌଣସି ସେପରି ବିପର୍ଯ୍ୟୟ ହୋଇନାହିଁ ।
ଲ୍ୟାଣ୍ଡଫଲ ପକ୍ରିୟା ଆରମ୍ଭ ହେବାପରେ କୋରାପୁଟରେ ପ୍ରଭାବ ଦେଖିବାକୁ ମିଳିଛି । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗିରେ ବାତ୍ୟା ମୋନ୍ଥାର ପ୍ରଭାବରେ ଅନେକ ଘର ଭାଙ୍ଗିଛି । ପେଟୁରୁ, ରାଲେଗଡ଼ା ଓ ଚନ୍ଦକା ପଞ୍ଚାୟତ ବହୁ ଘର ଭାଙ୍ଗିଛି । ଖବର ଲେଖାଯିବା ସୁଦ୍ଧା ୩ଟି ପଞ୍ଚାୟତରେ ମୋଟ ୧୪ଟି ଘର ଭାଙ୍ଗିଥିବା ସୂଚନା ମିଳିଛି ।
ବାତ୍ୟାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି ମୋଟ ୬୨ଟି ଟ୍ରେନ୍ ବାତିଲ କରି ଦିଆଯାଇଛି । ଏବେ ପବନର ବେଗ ଧୀରଧୀରେ ବୃଦ୍ଧି ପାଇବାରେ ଲାଗିଛି । ଏବେ ପବନର ବେଗ ୯୦ରୁ ୧୦୦ କିମି ରହିଛି । ବାତ୍ୟା ଓଡ଼ିଶା କିମ୍ବା ଆନ୍ଧ୍ର ପାଇଁ ନୂଆ ନୁହେଁ, ଲୋକେ ପ୍ରାଶାସନିକ ନିର୍ଦ୍ଦେଶକୁ ମାନୁଥିବେ ବୋଲି ଆଶା କରାଯାଉଛି । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ପୂରା ୫ ଘଣ୍ଟା ଧରି ଚାଲିବ ।



