www.samajalive.in
Friday, December 12, 2025
15.1 C
Bhubaneswar

ଓଡ଼ିଶା କିନ୍ନର ମହାସଂଘର ବୈଠକ ; ଗଠନ ହେଲା ୧୮ ଜଣିଆ କମିଟି

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ କେଶରୀ ହୋଟେଲରେ କିନ୍ନର ମହାସଂଘର ଏକ ସଭା ଆୟୋଜନ କରାଯାଇଛି। ଏହି ସଭାରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୫୦ରୁ ଉଦ୍ଦ୍ୱର୍ କିନ୍ନର ଯୋଗ ଦେଇଥିଲେ। କିନ୍ନର ମାନଙ୍କ ମଧ୍ୟରେ ଚାଲିଥିବା କଳହକୁ ଏହି ସଭା ଦ୍ୱାରା ଦୂର କରାଯାଇଥିଲା। ଆଗାମୀ ଦିନରେ କିନ୍ନର ମାନଙ୍କର ସାମାଜିକ ଓ ଅର୍ଥନୈତିକ ଉନ୍ନତି କ୍ଷେତ୍ରରେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାବ୍ୟତୀତ ଏହି ସଭାରେ ଏକ ୧୮ଜଣିଆ କମିଟି ଗଠନ କରାଯାଇଛି। ଯେଉଁ କମିଟି କିନ୍ନର ମାନଙ୍କ ବିଭିନ୍ନ ସମସ୍ୟା ସମାଧାନ କରିବ। ସମସ୍ତଙ୍କ ସମ୍ମତି କ୍ରମେ ସଭାପତି ମୀରା ପରିଡା, କ୍ୟାର୍ଯ୍ୟରତ ସଭାପତି ଭାବେ ନମିତା ପରିଡା, ଉପସଭାପତି ସ୍ୱିଟି କିନ୍ନର, ସଚିବ ସାଧନା ମଶ୍ର, କାର୍ଯ୍ୟରତ ସଚିବ ମେଘନା ସାହୁ ଗଠନ କରାଯାଇଛି। ଏହାସହ ରାଜ୍ୟର ବିଭନ୍ନ ଆଞ୍ଚଳିକ ସ୍ତରରେ ଏକ ୭ଜଣିଆ ଟିମ ଗଠନ କରାଯାଇଛି। ସଭା ଶେଷରେ ସ୍ୱିଟି କିନ୍ନର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories