www.samajalive.in
Saturday, December 6, 2025
26.1 C
Bhubaneswar

ଆନ୍ଦୋଳନରେ କନିଷ୍ଠ ଶିକ୍ଷକ ଆଶାୟୀ ସଂଘ

ଭୁବନେଶ୍ୱର: ରାଜଧାନୀରେ ପୁଣି ରାଜରାସ୍ତାରେ ଓଡ଼ିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ । ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତେ୍ୱ ନିଯୁକ୍ତି ଦିଆଯାଉନଥିବା ଅଭିଯୋଗ ଆଣି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଉଚ୍ଚ ନ୍ୟାୟାଳୟଙ୍କ ପରାମର୍ଶ ଅନୁଯାୟୀ ରାଜ୍ୟରେ ଖାଲି ପଡିଥିବା କନିଷ୍ଠ ଶିକ୍ଷକ ପଦବୀ ପୂରଣ ପାଇଁ ଗତ ୧୮ ତାରିଖରେ ସରକାରଙ୍କୁ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ କାର୍ଯ୍ୟକାରୀ ହୋଇନଥିବାରୁ ସଂଘ ଅସନ୍ତୋଷ ପ୍ରକାଶ କରି ସରକାରଙ୍କ ପକ୍ଷରୁ ଏଦିଗରେ ତତ୍ପରତା ପ୍ରକାଶ ପାଇନଥିବା ଅଭିଯୋଗ କରିଛି । ବିଦ୍ୟାଳୟରେ ଶିକ୍ଷକ ପବଦୀ ଖାଲି ପଡିଥିବା ବେଳେ ଚାକିରି ନପାଇ ରାଜରାସ୍ତାରେ ବସିଛନ୍ତି ଶିକ୍ଷକ ସଂଘ । ମେରିଟ୍‍ ଲିଷ୍ଟ କାଏମ ରଖି ଯଥାଶୀଘ୍ର ଶିକ୍ଷକ ପବଦୀ ପୂରଣ କରିବାକୁ କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ଦାବି କରିଛି ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories