www.samajalive.in
Saturday, December 6, 2025
17.1 C
Bhubaneswar

ଓଡ଼ିଶାରେ ଋଣଭାର କମ ଅଛି – ଅର୍ଥ ସଚିବ

ଭୁବନେଶ୍ୱର: ଅନ୍ୟ ରାଜ୍ୟ ତୁଳନାରେ ଓଡିଶାର ଋଣଭାର କମ୍ ରହିଥିବା ଅର୍ଥ ସଚିବ ଅଶୋକ ମୀନା କହିଛନ୍ତି। ରାଜ୍ୟର ଋଣଭାର ଅଧିକ ବୋଲି ଯାହା ଆକଳନ କରାଯାଉଛି ତାହା ଠିକ୍ ନୁହେଁ। ସେ କହିଛନ୍ତି, ରାଜ୍ୟର ମୋଟ ଘରୋଇ ଉତ୍ପାଦ ସର୍ବାଧିକ ୨୫ ପ୍ରତିଶତ ରହିବା ଆବଶ୍ୟକ ହୋଇଥିବା ବେଳେ ଓଡ଼ିଶାରେ ତାହା ୧୮ ପ୍ରତିଶତ ରହିଛି ବୋଲି ଅର୍ଥ ସଚିବ ଅଶୋକ ମୀନା ସ୍ପଷ୍ଟ କରିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ମୀନା କହିଛନ୍ତି ଯେ ୨୦୧୯ ମାର୍ଚ୍ଚ ସୁଦ୍ଧା ରାଜ୍ୟର ଋଣ ପରିମାଣ ୮୭ହଜାର କୋଟି ଟଙ୍କାରେ ପହଞ୍ଚିଛି। ସମ୍ବଳ ସଂଗ୍ରହ ଉପରେ ଫନୀର ପ୍ରଭାବ ପଡ଼ିବ ବୋଲି ସେ କହିଛନ୍ତି। ଫନିରେ ଯେଉଁ କ୍ଷୟକ୍ଷତି ଘଟିଛି ତାହାର ମୁକାବିଲା କରିବା ସହ ପୁନରୁଦ୍ଧାର ଏବଂ ରିଲିଫ କାର୍ଯ୍ୟ ପାଇଁ ଏସଡିଆରଏଫ ଏବଂ ଏନଡିଆରଏଫ ମିଳିଥିବା ଅର୍ଥରୁ ଖର୍ଚ୍ଚ କରାଯାଉଛି। ଅର୍ଥ ବିଭାଗ ପ୍ରତି ସର୍ବଦା ଆହ୍ୱାନ ରହିଛି। ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ଆମକୁ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ିବ। ବାସ୍ତବ ବଜେଟ୍ ଆଣିବା ପାଇଁ ଚେଷ୍ଟା କରାଯିବ ବୋଲି ଶ୍ରୀ ମୀନା କହିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories