ଆଜି ମାଟ୍ରିକ୍‌ ଫଳ

କଟକ: ମାଟ୍ରିକ ପରୀକ୍ଷାଫଳ ଆଜି ପ୍ରକାଶ ପାଇବ। ଅପରାହ୍ଣ ୧ଟାରେ ବଜ୍ରକବାଟିସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ପରୀକ୍ଷାଫଳ ଘୋଷଣା ହେବାର କାର୍ଯ୍ୟକ୍ରମ ରହିଛି। ଛାତ୍ରଛାତ୍ରୀମାନେ ଅପରାହ୍ଣ ୨ଟାରୁ ବୋର୍ଡ ୱେବସାଇଟ (www.bseodisha.ac.in ଏବଂ www.bseodisha.nic.in)ରେ ନିଜର ପରୀକ୍ଷାଫଳ ଜାଣିପାରିବେ। ଏଥିସହ ପରୀକ୍ଷାର୍ଥୀମାନେ ନିଜର ରୋଲ ନମ୍ବରକୁ ଟାଇପ କରି ୫୬୭୬୭୫୦ ନମ୍ବରକୁ ଏକ ଏସ୍‌ଏମ୍‌ଏସ ପଠାଇ ଫଳାଫଳ ଦେଖି ପାରିବେ ବୋର୍ଡ ପକ୍ଷରୁ କୁହାଯାଇଛି।

Comments are closed.