www.samajalive.in
Sunday, December 14, 2025
19.1 C
Bhubaneswar

ଓଡ଼ିଶାକୁ ମିଳିଲାଜାତୀୟ ସ୍ତରର ୨ଟି ପୁରସ୍କାର

ଭୁବନେଶ୍ୱର : ସଫେଇ କର୍ମଚାରୀଙ୍କ ସୁରକ୍ଷା, ମର୍ଯ୍ୟାଦା ଓ କଲ୍ୟାଣ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ‘ଗରିମା’ କାର୍ଯ୍ୟକ୍ରମ ‘ସ୍ୱଚ୍ଛତାରେ ଶ୍ରେଷ୍ଠ ଦକ୍ଷତା ପଦକ୍ଷେପ’ ବର୍ଗରେ ଏବଂ ଭୁବନେଶ୍ୱରର ବାସୁଆଘାଇ ସ୍ଥିତ ଫିକାଲ୍ ସ୍ଲଜ୍ ସେପ୍ଟେଜ୍ ପ୍ଲାଣ୍ଟ୍ ର ପରିଚାଳନା କରୁଥିବା କିନ୍ନର ସ୍ଵିକୃତି ଏସ୍ଏଚଜିର ଅଧ୍ୟକ୍ଷା ମେଘନା ସାହୁ ପରିମଳ ବିଭାଗରେ ମହିଳା ପରିବର୍ତ୍ତନକାରୀ ବର୍ଗରେ ପୁରସ୍କୃତ ହୋଇଛନ୍ତି।

ନୂଆଦିଲ୍ଲୀରେ ପୁରସ୍କାର ବିଜେତାଙ୍କ ସହ ଗୃହ ଓ ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ପୁରସ୍କାର ସମାରୋହରେ ଯୋଗ ଦେଇଥିଲେ। ୨୦୧୯ ମସିହାରୁ ଆଇଏସସି-ଫିକି ପୁରସ୍କାରରେ ପରିମଳର ବିଭିନ୍ନ ଦିଗ ଉପରେ ଓଡ଼ିଶା କ୍ରମାଗତ ଭାବେ ଏକାଧିକ ପୁରସ୍କାର ଜିତି ଆସୁଛି। ଆଇଏସସି-ଫିକି ପରିମଳ ପୁରସ୍କାର ହେଉଛି ପରିମଳ କ୍ଷେତ୍ରର ପ୍ରମୁଖ ପୁରସ୍କାର ଏବଂ ଛଅ ବର୍ଷରୁ ଅଧିକ ସମୟ ଧରି ଜାତୀୟ ସ୍ତରରେ ସେମାନଙ୍କର ନେତୃତ୍ୱ ପ୍ରତିଷ୍ଠା କରିଛି । ବର୍ଷ ବର୍ଷ ଧରି ଏହି ପୁରସ୍କାର କର୍ପୋରେଟ୍, ଆର୍ଥିକ ଅନୁଷ୍ଠାନ, ଷ୍ଟାର୍ଟଅପ୍, ସ୍ୱେଚ୍ଛାସେବୀ ସଂଗଠନ, ସରକାରୀ ସଂସ୍ଥା ଏବଂ ଆମ ଦେଶର ପରିମଳ କ୍ଷେତ୍ରରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବାକୁ ପ୍ରୟାସ କରୁଥିବା ଅନ୍ୟାନ୍ୟ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷଙ୍କ ପ୍ରୟାସକୁ ସମର୍ଥନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories