www.samajalive.in
Saturday, December 6, 2025
14.1 C
Bhubaneswar

ରାଜ୍ୟର ୧୫ ଆଇଏଏସଙ୍କ କାନ୍ଧରେ କରୋନା ମୁକାବିଲା ଦାୟିତ୍ବ

ଭୁବନେଶ୍ବର (ବ୍ୟୁରୋ): କରୋନା ମୁକାବିଲା ନିମନ୍ତେ ରାଜ୍ୟ ସରକାର ଗ୍ରହଣ କରିଛନ୍ତି ଆଉ ଏକ ବଡ଼ ପଦକ୍ଷେପ । ବିଭିନ୍ନ ଦାୟିତ୍ବ ତୁଲାଇବା ପାଇଁ ୧୫ଜଣ ଆଇଏଏସ୍ ଅଧିକାରୀଙ୍କୁ ଦାୟିତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଉନ୍ନୟନ କମିଶନର ସୁରେଶ ମହାପାତ୍ର ଓ କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗଙ୍କୁ ବିିଭିନ୍ନ ସ୍ଥାନରେ କୋବିଦ-୧୯ ଡ଼ାକ୍ତରଖାନା ସ୍ଥାପନ ଓ ପରିଚାଳନା ପ୍ରସଙ୍ଗ ନିମନ୍ତେ ଦାୟିତ୍ବ ଦିଆଯାଇଛି ।

- Advertisement -

 

ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପି.କେ.ମହାପାତ୍ରଙ୍କୁ ସାମାଜିକ ଦୂରତ୍ବ ମାର୍ଗଦର୍ଶିକା ଅନୁପାଳନ, ଗୃହ ବିଭାଗ ପ୍ରମୁଖ ସଚିବ ସଞ୍ଜିବ ଚୋପ୍ରାଙ୍କୁ ଅନ୍ୟ ରାଜ୍ୟରେ ଅଟକିଥିବା ଓଡ଼ିଆ ଶ୍ରମିକଙ୍କ ଅଣାଯିବା କ୍ଷେତ୍ରରେ ସମନ୍ବୟ ନିର୍ବାହ ଦାୟିତ୍ବ ଦିଆଯାଇଛି । ମହିଳା ଓ ଶିଶୁକଲ୍ୟାଣ ଏବଂ ଶ୍ରମ ବିଭାଗ ପ୍ରମୁଖ ସଚବ ଅନୁ ଗର୍ଗ କରୋନା ସଂକ୍ରାନ୍ତ ତାଲିମ ଦାୟିତ୍ବ, ପୂର୍ତ ବିଭାଗ ସଚିବ କ୍ରିଷନକୁମାର ଓଡ଼ିଶା ଫେରୁଥିବା ଶ୍ରମିକଙ୍କ ପଞ୍ଜିକରଣ ଦାୟିତ୍ବ ତତ୍ବାବଧାନ କରିବେ । ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ଅତ୍ୟାବଶ୍ୟକୀୟ ଔଷଧପତ୍ରର କ୍ରୟ ଓ ଯୋଗାଣ ଅନୁଧ୍ୟାନ କରିବେ । କ୍ରୀଡ଼ା ସଚିବ ବିଶାଳ ଦେବ ମୁଖ୍ୟ ସଚିବଙ୍କ ଅଧୀନରେ ଓଏସଡ଼ି ଭାବରେ ତାଙ୍କର ସହାୟତା କରିବେ । ପର୍ଯ୍ୟଟନ ନିର୍ଦେଶକ ସଚିନ ଆର୍ ଯାଧବ ମୁଖ୍ୟ ସଚିବଙ୍କ ଓଏସଡ଼ି, ଓ କ୍ରୀଡ଼ା ନିର୍ଦେଶକ ଆର୍.ଭିନୀଲ କ୍ରିଷ୍ଣମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତାଙ୍କ ଓଏସଡ଼ି ଦାୟିତ୍ବ ତୁଲାଇବେ ।  ଏମାନଙ୍କ ବ୍ୟତୀତ ସାମାଜିକ କଲ୍ୟାଣ ବିଭାଗ ନିର୍ଦେଶକ ଅରବିନ୍ଦ ଅଗ୍ରୱାଲ, ଓପେପା ରାଜ୍ୟ ପ୍ରକଳ୍ପ ନିର୍ଦେଶକ ବି.ଏସ୍.ପୁନିଆ, ୨୦୧୭ ବ୍ୟାଚ୍ ଆଇଏଏସ୍ ସୋମେଶ ଉପାଧ୍ୟାୟ, ପି. ଅନ୍ବେଷା ରେଡ଼ି, ହେମକାନ୍ତ ରାୟ ପ୍ରମୁଖ ସ୍ବାସ୍ଥ୍ୟ ବିଭାଗରେ ଅସ୍ଥାୟୀ ଭାବରେ କାର୍ଯ୍ୟ କରିବାକୁ ନିର୍ଦେଶ ଦିଆଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories