www.samajalive.in
Sunday, December 7, 2025
14.1 C
Bhubaneswar

ରାସ୍ତାରେ ଗଡୁଛି ପନିପରିବା ଓ ଫଳ; ଅନ୍ ଲାଇନ୍ ବିକ୍ରି ନେଇ ଅବଗତ ନୁହଁନ୍ତି ଚାଷୀ

ବଲାଙ୍ଗିର : କରୋନା ପାଇଁ ତାଲା ବନ୍ଦ। ବଲାଙ୍ଗିର ଜିଲାରେ ତାଲା ବନ୍ଦର ପ୍ରଭାବ ବେଶୀ ଦେଖିବାକୁ ମିଳିଛି। ଗୋଟିଏ ପଟେ ଜିଲାର ହଜାର ହଜାର ଯୁବକ ରାଜ୍ୟ ବାହାରେ ରହିଥିବା ବେଳେ ସେମାନେ ଆସିବା ପରେ କିଭଳି ସେମାନଙ୍କୁ ରଖାଯିବ ସେଥିପାଇଁ ପ୍ରଶାସନ ଲାଗିପଡିଛି। ଜିଲାପାଳଙ୍କ କାର୍ଯ୍ୟାଳୟରୁ ଆରମ୍ଭ କରି ପଞ୍ଚାୟତ ଯାଏଁ ସବୁ ଚଳଚଞ୍ଚଳ। ଗୋଟିଏ ପଟେ ଦାନା ନପାଇ ଦାଦନ ଯାଉଥିବା ଯୁବକ, ଶ୍ରମିକମାନେ ନିଜ ଘରକୁ ଫେରିବା ପ୍ରଶାସନର ମୁଣ୍ଡବିନ୍ଧାର କାରଣ ହୋଇଛି। ଅନ୍ୟପଟେ ଜିଲାର ଚାଷୀ ଏବେ ହନ୍ତସନ୍ତ। ତାଲା ବନ୍ଦ ଯୋଗୁଁ ଜିଲାର ଚାଷୀ ବେଶୀ ପ୍ରଭାବିତ ହୋଇଛନ୍ତି। ଜିଲା ବାହାରୁ ପିଆଜ, ଆଳୁ ଆମଦାନୀ ହୋଇଥିବା ବେଳେ ଜିଲାର ପନିପରିବା, ଫଳ ଜିଲା ବାହାରକୁ ଯାଇପାରୁ ନାହିଁ। ଯାହାକି ଆଗାମୀ ଦିନରେ ସ୍ଥିତି ଅସମ୍ଭାଳ କରିବ ବୋଲି ଅନୁମାନ କରାଯାଉଛି।

ବଲାଙ୍ଗିର ଜିଲାର ଅନେକ ଚାଷୀ ପନିପରିବା, ଫଳ ଚାଷ କରନ୍ତି। ତାଲା ବନ୍ଦ ଯୋଗୁଁ ସେମାନଙ୍କ ପନିପରିବା କ୍ଷେତରେ ପଡି ରହିଥିଲା। କମ୍ ଦାମ୍ ରେ ସେମାନେ ପନିପରିବା ବିକ୍ରି ନକଲେ ସେମାନଙ୍କ ସାମଗ୍ରୀ ନଷ୍ଟ ହେବାର ସମ୍ଭାବନା ରହିଥିଲା। ତେଣୁ କ୍ଷତିକୁ ହିସାବ ନକରି ଚାଷୀ ପନିପରିବା ବଜାରକୁ ପଠାଇ ଦେଇଥିଲା। କିନ୍ତୁ ଏଭଳି ସ୍ଥିତି ହେଲା ଯେ, ତାଲା ବନ୍ଦ ସମୟରେ ପନିପରିବା ବିକ୍ରି ବି ଠିକ୍ ଭାବେ ହେଲା ନାହିଁ। ଫଳରେ ଚାଷୀ ବିକ୍ରି କରିବା ବଦଳରେ ରାସ୍ତାରେ ଫିଙ୍ଗି ଦେଲା ତାର କଷ୍ଟ ଉପାର୍ଜିତ ପନିପରିବା। ଗତ କିଛି ଦିନ ତଳେ ବଲାଙ୍ଗିର ଦୈନିକ ବଜାରରେ ଚାଷୀମାନେ ବିକ୍ରି ହୋଇ ନଥିବା ଟମାଟୋ ଫିଙ୍ଗି ଦେଇଥିବା ବେଳେ ଦୁଇ ଦିନ ତଳେ ବାଇଗଣ ବି ରାସ୍ତା କଡ଼ରେ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା।

- Advertisement -

ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷକମାନଙ୍କ ଫଳ, ପନିପରିବାକୁ ଅନ୍ ଲାଇନ୍ ଜରିଆରେ ବିକ୍ରି କରିବାକୁ ଘୋଷଣା କରିଥିଲେ। ୱେବ୍ ସାଇଡ୍ ରେ ପଞ୍ଜିକରଣ କରି ସେମାନଙ୍କ ଫଳ, ପନିପରିବା ସଠିକ୍ ମୂଲ୍ୟରେ ବିକ୍ରି କରିପାରିବେ ବୋଲି କୁହାଯାଇଥିଲା। କିନ୍ତୁ ବଲାଙ୍ଗିର ଜିଲାର ଚାଷୀମାନେ ବୈଷୟିକ ଦୃଷ୍ଟିରୁ ସେତେଟା ମଜବୁତ ନୁହଁନ୍ତି। ଯାହା ଫଳରେ ସେମାନେ ନିଜ ପନିପରିବା ଓ ଫଳ ଅନ୍‌ ଲାଇନ୍ ଜରିଆରେ ବିକ୍ରି କରିପାରୁ ନାହାଁନ୍ତି। ଏସଂପର୍କରେ ଚାଷୀଙ୍କୁ ସଚେତନ କରିବା ସହ ସେମାନଙ୍କୁ ପଞ୍ଜୀକରଣ ସୁବିଧା କରାଇ ଦେଲେ ଯାଇ ସେମାନେ ଉପକୃତ ହୋଇପାରନ୍ତେ ବୋଲି ଚାଷୀମାନେ ମତ ଦେଇଛନ୍ତି।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories