www.samajalive.in
Friday, December 12, 2025
26.1 C
Bhubaneswar

ମାଟ୍ରିକ ପରୀକ୍ଷା ସମୟରେ ସଜାଗ ରହିବ ସ୍ୱାସ୍ଥ୍ୟ ବିଭାଗ – କରୋନା ଲକ୍ଷଣ ଦେଖିବା ମାତ୍ରେ ଚିକିତ୍ସା

ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ ସଂକ୍ରମଣ ସନ୍ଦେହ କରାଯାଉଥିବା ୮ ଜଣଙ୍କ ମଧ୍ୟରୁ ୭ ଜଣଙ୍କ ରକ୍ତ ନମୁନା ରିପୋର୍ଟ ନେଗେଟିଭ ଆସିଛି। ସେହି ୭ ଜଣ କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇ ନଥିବା ସ୍ପଷ୍ଟ ହୋଇଛି। ଅନ୍ୟ ଜଣଙ୍କ ରକ୍ତ ପରୀକ୍ଷା ରିପୋର୍ଟ ଦିନେ ଦୁଇ ଦିନ ମଧ୍ୟରେ ଆସିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଗତକାଲି ଏହି ଭୁତାଣୁ ସଂକ୍ରମଣ ହୋଇଥିବା ସନ୍ଦେହରେ ଦୁଇ ଜଣଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେମାନଙ୍କ ମଧ୍ୟରୁ ଜଣଙ୍କ ରକ୍ତ ପରୀକ୍ଷା ରିପୋର୍ଟରୁ ସେ ସଂକ୍ରମିତ ହୋଇନଥିବା ଜଣାପଡିଥିବା ବେଳେ ଅନ୍ୟ ଜଣଙ୍କ ରିପୋର୍ଟ ପାଇଁ ଅପେକ୍ଷା କରାଯାଇଛି ବୋଲି ମେଡିକାଲ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି କହିଛନ୍ତି।

ଅନ୍ୟ ପକ୍ଷରେ ରାଜ୍ୟରେ ସ୍କୁଲଗୁଡ଼ିକରେ ବାର୍ଷିକ ପରୀକ୍ଷା ଏବଂ ମାଟ୍ରିକ ପରୀକ୍ଷା ପାଖେଇ ଆସୁଥିବାରୁ, ସ୍ୱାସ୍ଥ୍ୟ ବିଭାଗ ଏ ନେଇ ପରାମର୍ଶ ଜାରି କରିଛି। ସମସ୍ତ ପରୀକ୍ଷା କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶାବଳୀ ପାଳନ କରିବେ। ପ୍ରତ୍ୟେକ ଜିଲ୍ଲା ହସ୍ପିଟାଲ ଏବଂ ମେଡିକାଲ କଲେଜରେ ଏ ନେଇ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି। ଯଦି କୌଣସି ଛାତ୍ରଙ୍କ ଦେହରେ କରୋନା ଭୁତାଣୁ ସଂକ୍ରମଣ ଲକ୍ଷଣ ପରିଲକ୍ଷିତ ହୁଏ, ସେ କ୍ଷେତ୍ରରେ ନିକଟସ୍ଥ ଡାକ୍ତରଖାନାକୁ ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି। ଫେବୃଆରୀ ୧୯ରୁ ଆରମ୍ଭ ହେଉଥିବା ଚଳିତ ବର୍ଷର ମାଟ୍ରିକ ପରୀକ୍ଷାରେ ରାଜ୍ୟର ୨ ହଜାର ୮୮୮ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୬୦ ହଜାର ୮୯୧ ଜଣ ପରୀକ୍ଷା ଦେବେ ଓ ସେଥି ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ମନ୍ତ୍ରୀ ସମୀର ରଞ୍ଜନ କହିଛନ୍ତି।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories