www.samajalive.in
Friday, December 12, 2025
26.1 C
Bhubaneswar

କରୋନା ଭୂତାଣୁ ନେଇ ପ୍ରଥମେ ସଚେତନ କରିଥିବା ଚୀନ ଡାକ୍ତର ଏବେ ମୃତ୍ୟୁ ପଥର ଯାତ୍ରୀ…

ବେଜିଂ : କରୋନା ଭୂତାଣୁ ସାରା ବିଶ୍ୱରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରିଛି। ଚୀନର ଉହାନ ସହରକୁ କରୋନାର କେନ୍ଦ୍ର ସ୍ଥଳ କୁହାଯାଉଛି । ଚୀନରେ ପ୍ରାୟ ୨୧ ହଜାର ଲୋକ ଏହା ଦ୍ବାରା ସଂକ୍ରମିତ ହୋଇଥିବାବେଳେ ଚୀନ୍ ବାହାରେ ୧୯୨ଜଣ ବ୍ୟକ୍ତି ଏହି ଭୂତାଣୁରେ ସଂକ୍ରମିତ ହୋଇଥିବାର ଜଣାପଡିଛି । ଚୀନରେ ଭୂତାଣୁ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ଏପର୍ଯ୍ୟନ୍ତ ୪୨୭ରେ ପହଞ୍ଚିଥିବାବେଳେ ଅନ୍ୟ ଦେଶଗୁଡ଼ିକରୁ ୨ଜଣ ଲୋକ ପ୍ରାଣ ହରାଇଛନ୍ତି । ସଂକ୍ରମିତ ହୋଇଥିବା ଲୋକମାନଙ୍କ ମଧ୍ୟରୁ ୬୩୨ଜଣ ସୁସ୍ଥ ହେବାପରେ ସେମାନଙ୍କୁ ହସ୍ପିଟାଲରୁ ଛାଡି ଦିଆଯାଇଛି।

ତେବେ ଏକ ଅଭାନୀୟ ଘଟଣା କ୍ରମରେ କରୋନା ଭୂତାଣୁ ସଂପର୍କରେ ଚୀନ ସରକାରଙ୍କୁ ଚେତାବନୀ ଦେଇଥିବା ଡାକ୍ତର ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ସେହି ଡାକ୍ତର ଜଣଙ୍କ ହେଉଛନ୍ତି ଲି ୱେନଲିୟାଙ୍ଗ ଓ ତାଙ୍କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । କାରଣ ଡାକ୍ତର ଲି’ ୨୦୧୯  ଡିସେମ୍ବର ୩୦ରୁ ଏ ନେଇ ସତର୍କ କରାଇଥିଲେ। ସେ ଯେଉଁ ସ୍କୁଲରେ ପଢୁଥିଲେ ସେହି ସ୍କୁଲର ପୁରାତନ ଛାତ୍ରମାନଙ୍କ ଚାଟିଂ ଗ୍ରୁପରେ ସେ ଏ ନେଇ ୱେବ ଚାଟ କରିଥିଲେ। ସେ ଲେଖିଥିଲେ ଯେ,ସ୍ଥାନୀୟ ମାଛ ବଜାରର ୭ ଜଣ ରୋଗୀ ଡାକ୍ତରଖାନାକୁ ଆସିଛନ୍ତି ଏବଂ ସେମାନଙ୍କଠାରେ ସାର୍ସ ଭଳି ରୋଗର ଲକ୍ଷଣ ରହିଛି । ଲି’ କହିଛନ୍ତି ଯେ, ଯାଞ୍ଚ ପରେ ଜଣାପଡିଲା  ଏହି ରୋଗ ହେଉଛି କରୋନା ଭୂତାଣୁ ଜନିତ । ୨୦୦୩ରେ ଏହି ଭୂତାଣୁ ଶହ ଶହ ଲୋକଙ୍କ ଜୀବନ ନେଇଥିଲା ଏବଂ ଚୀନରେ ଏହି ରୋଗ ବହୁ ପୁରୁଣା ବୋଲି ଲି’ କହିଛନ୍ତି । ନିଜ ବିଶ୍ବ ବିଦ୍ୟାଳୟର ସାଙ୍ଗମାନଙ୍କୁ ମଧ୍ୟ ସେ ଏ ସଂପର୍କରେ ସତର୍କ କରାଇ ଦେଇଥିଲେ।

- Advertisement -
Image Courtesy: Amar ujala

ତେବେ ନିଜ ପରିବାର ସଦସ୍ୟଙ୍କୁ ଗୋପନୀୟ ଭାବେ ଏହି ରୋଗ ସଂପର୍କରେ ଜଣାଇଦେବା ପାଇଁ ସେ ସାଙ୍ଗମାନଙ୍କୁ ପରାମର୍ଶ ଦେଇଥିଲେ । ତେବେ ସେ କହୁଥିବା ବେଳେ ଓ ଘର ଲୋକଙ୍କୁ ମେସେଜ କରୁଥିବାବେଳେ କେହି ତାଙ୍କର ସ୍କ୍ରିନ ସଟ୍ ଉଠାଇଥିଲା ଓ ଏହା ଭାଇରାଲ ହୋଇଥିଲା । ପରେ ମିଥ୍ୟା ଅପପ୍ରଚାର ଚଳାଉଥିବା ନେଇ ପ୍ରଶାସନ ତାଙ୍କୁ ନୋଟିସ ଜାରି କରିଥିଲା। ସେ ନିଜ ଘର ଲୋକଙ୍କୁ ପଠାଇଥିବା ମେସେଜକୁ ମଧ୍ୟ ଯାଞ୍ଚ କରାଯାଇଥିଲା। ପରେ ପରେ ତାଙ୍କୁ ଏ ନେଇ ପଚରାଉୁଚୁରା କରାଯାଇଥିଲା । ସେ କିପରି ଏ ବିଷୟରେ ଜାଣିଲେ ବୋଲି ତାଙ୍କୁ ଜେରା କରାଯାଇଥିଲା। ତେବେ ତାଙ୍କ ସ୍ବର ଚପାଇ ଦେବା ପାଇଁ ଉଦ୍ୟମ କରାଯାଇଥିଲା ଓ ଆକ୍ରନ୍ତ ରୋଗୀଙ୍କ ଚିକିତ୍ସା କରିବାକୁ କୁହାଯାଇଥିଲା।

୩୪ ବର୍ଷ ବୟସ୍କ ଲି’ ଚୀନର ଉହାନରେ ପ୍ରଦେଶରେ କାର୍ୟ୍ୟ କରୁଛନ୍ତି । ଯାହାକୁ ଏହି ରୋଗର କେନ୍ଦ୍ର ସ୍ଥଳ କୁହାଯାଉଛି । ଏବେ ସେ ନିଜେ ମଧ୍ୟ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ଓ ତାଙ୍କର ଚିକିତ୍ସା ଜାରି ରହିଛି । ଗତ ୧୨ ତାରିଖରୁ ସେ ରୋଗର ଶୀକାର ହୋଇଥିଲେ ଓ ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories