www.samajalive.in
Saturday, December 6, 2025
23.1 C
Bhubaneswar

କରୋନା ପାଇଁ ଖର୍ଚ୍ଚ ହେଲାଣି ୧୯ ଶହ କୋଟି, ମନ୍ତ୍ରୀ ପରିଷଦ ବୈଠକରେ ଆଗାମୀ ରଣନୀତି ନେଇ ଆଲୋଚନା

କରୋନା ପରିସ୍ତିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ବୁଧବାର ଅପରାହ୍ନରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ କରୋନା ସ୍ଥିତି ଏବଂ ଏଥି ସହ ସମ୍ପର୍କିତ ପ୍ରଶାସନିକ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି। ଏହି ବୈଠକକୁ ବିଶେଷ ଭାବେ ନାମକରଣ କରାଯାଇଥିଲା ‘ଲାଇଫ ଏଭବ ରେଷ୍ଟ’ ଏବଂ ‘ଫିସକାଲ ମ୍ୟାନେଜମେଣ୍ଟ ଷ୍ଟ୍ରାଟେଜି ଇନ ଭିୟୁ ଅଫ କୋଭିଡ-୧୯’।

- Advertisement -

ପରେ ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ମନ୍ତ୍ରୀ ପରିଷଦର ଅବଗତି ନିମନ୍ତେ ରାଜ୍ୟରେ କରୋନା ମୁକାବିଲା ଦିଗରେ ସରକାର କେଉଁ ସବୁ ପଦକ୍ଷେପ ଗ୍ରହଣ କରିଛନ୍ତି ଓ କେଉଁ କ୍ଷେତ୍ରରେ କେତେ ପରିମାଣ ଅର୍ଥ ବ୍ୟୟ କରାଯାଇଛି, ସେ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରାଯାଇଥିଲା। ସେ କହିଛନ୍ତି ଯେ କରୋନା ସଂକ୍ରମଣର ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟ ସରକାର ୧୩ ହଜାର ୭୯୬ଟି ସଙ୍ଗରୋଧ କେନ୍ଦ୍ର ସ୍ଥାପନ କରିଥିଲେ ଯେଉଁଥିରେ ୬ ଲକ୍ଷ ୧୭ ହଜାର ୯୦ଟି ଶଯ୍ୟା ବ୍ୟବସ୍ଥା କରାଯାଇଥିଲା। ସେ ସମୟରେ ପ୍ରାୟ ୮ ଲକ୍ଷ ଲୋକ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ ଏବଂ ସେହି ସଂଖ୍ୟା ଏବେ ୨୧ ହଜାରକୁ ହ୍ରାସ ପାଇଥିବା ଶ୍ରୀ ତ୍ରିପାଠୀ କହିଛନ୍ତି।

ସେ ସୂଚନା ଦେଇ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫ଟି ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ କାମ କରୁଛି ଓ ସେଥିରେ ୫ ହଜାର ୫୭୭ଟି ଶଯ୍ୟା ରହିଛି। ଏହାଛଡା କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ଓ କୋଭିଡ କେୟାର କେନ୍ଦ୍ର ମଧ୍ୟ ସ୍ଥାପନ କରାଯାଇଛି।

ଆଜିର ମନ୍ତ୍ରୀ ପରିଷଦରେ ଗ୍ରହଣ କରାଯାଇଥିବା କେତୋଟି ନିଷ୍ପତ୍ତି ସମ୍ପର୍କରେ ସେ ସୂଚନା ଦେଇଛନ୍ତି –

୧. ରାଜ୍ୟରେ ଏପର୍ଯ୍ୟନ୍ତ ୧୯ଟି ନମୁନା ପରୀକ୍ଷା କେନ୍ଦ୍ର କାର୍ଯ୍ୟକ୍ଷମ କରାଯାଇଛି ଯେଉଁଥିରେ ରାଜ୍ୟ ସରକାର ନିଜସ୍ୱ ଅର୍ଥରୁ ଟେକନିସିଆନ, ଉପକରଣ ଓ ଅନ୍ୟାନ୍ୟ ଭତ୍ତା ମଧ୍ୟ ପ୍ରଦାନ କରିଛନ୍ତି
୨. କୋଭିଡ-୧୯ କାର୍ଯ୍ୟରେ ୮ ହଜାର ୨୩ଜଣ ଡାକ୍ତର, ୮ ହଜାର ୨୯୬ ଜଣ ଷ୍ଟାଫ ନର୍ସ, ୪ ହଜାର ୧୪ ଜଣ ଆୟୁଷ ଡାକ୍ତର, ୮ ହଜାର ୨୯୬ ଜଣ ଟେକନିସିଆନ ଓ ଫାର୍ମାସିଷ୍ଟ, ୧ ଲକ୍ଷ ୩୫ ହଜାର ୮୨୦ ଜଣ ଆଶା, ଅଙ୍ଗନୱାଡି, ଏଏନଏମ ଓ ଏନଏଚଏମ ସ୍ବେଛାସେବୀ, ୧୧ ହଜାର ୧୪୪ ଜଣ ଏମବିବିଏସ ଡାକ୍ତରୀ ଛାତ୍ର, ୭ ହଜାର ୨୩୬ ଜଣ ସଫେଇ କର୍ମଚାରୀ, ୪ ହଜାର ୯୦୦ ଆମ୍ବୁଲାନ୍ସ ଓ ସହଯୋଗୀ କର୍ମଚାରୀ, ୫ ଶହ ଜଣ କାଉନ୍ସେଲର, ୭୫୩ ଜଣ ପଶୁ ଚିକିତ୍ସକ, ୧୩୬ ପାରାମେଡିକସ ଏବଂ ୨ ହଜାର ୪୭୧ ଜଣ ସ୍ବେଛାସେବୀ ନିୟୋଜିତ ଅଛନ୍ତି
୩. ୮ ଲକ୍ଷ ୮୦ ହଜାର ସଙ୍ଗରୋଧରେ ରହିଥିବା ବ୍ୟକ୍ତିଙ୍କୁ ୨ ହଜାର ଟଙ୍କା ଲେଖାଏଁ ଏବଂ ନିର୍ମାଣ ଶ୍ରମିକମାନଙ୍କୁ ୧ ହଜାର ୫ ଶହ ଟଙ୍କା ଲେଖାଏଁ ଦିଆଯାଇଛି
୪. ବିଦେଶରୁ ଆସି ସଙ୍ଗରୋଧରେ ରହିଥିବା ବ୍ୟକ୍ତିଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି
୫. ଆଶା କର୍ମୀଙ୍କୁ ୮ ମାସ ପର୍ଯ୍ୟନ୍ତ ଓ ଅଙ୍ଗନୱାଡି କର୍ମୀଙ୍କୁ ୩ ମାସ ପର୍ଯ୍ୟନ୍ତ ୧ ହଜାର ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ
୬. ମୃତ୍ୟୁବରଣ କରିଥିବା ୮ ଜଣ କରୋନା ଯୋଦ୍ଧାଙ୍କ ପରିବାରକୁ ଅବସର ସମୟ ସୀମା ପର୍ଯ୍ୟନ୍ତ ପୂର୍ଣ୍ଣ ଦରମା ପ୍ରଦାନ କରାଯିବ
୭. କରୋନା ଜନିତ ମୃତ୍ୟୁ କ୍ଷେତ୍ରରେ ଶବ ସତ୍କାର ପାଇଁ ୭ ହଜାର ୫ ଶହ ଟଙ୍କା ଲେଖାଏଁ ଦିଆଯାଉଛି
୮. ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏ ଯାବତ ଖର୍ଚ୍ଚ ହୋଇଛି ୩୪୦ କୋଟି ଟଙ୍କା
୯. ରାଜ୍ୟ ବିପର୍ଯ୍ୟୟ ପରିଚାଳନା ରିଲିଫ ପାଣ୍ଠିରୁ ଏ ଯାବତ ଖର୍ଚ୍ଚ ହୋଇଛି ୬୨୪ କୋଟି ଟଙ୍କା
୧୦. ପଂଚାୟତି ରାଜ ବିଭାଗରୁ ୮୭୫ କୋଟି ଟଙ୍କା ଏ ଯାବତ ଖର୍ଚ୍ଚ ହୋଇଛି
୧୧. ବିଧାୟକମାନେ ହାତ ପାଣ୍ଠିରୁ ଦେଇଛନ୍ତି ୭୩ କୋଟି
୧୨. ପଶ୍ଚିମ ଓଡ଼ିଶାର ଆଇଜିଏଚରେ ହେବ ପ୍ଲାଜମା ବ୍ୟାଙ୍କ
୧୩. ୨୦୨୦-୨୧ ରାଜ୍ୟ ଆର୍ଥିକ ବଜେଟରେ ବିଭିନ୍ନ ବିଭାଗ ପାଇଁ ଆବଣ୍ଟିତ ଅର୍ଥ ପରିମାଣର ପୁନଃ ସମୀକ୍ଷା କରାଯିବ
୧୪. ମନ୍ତ୍ରୀ ପରିଷଦ ନିଷ୍ପତ୍ତି ଅନୁଯାୟୀ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଆବଶକୀୟ କ୍ରୟ ପାଇଁ ଅର୍ଥ ଯୋଗାଇ ଦିଆଯିବ
୧୫. ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଓ ପ୍ରବାସୀ ଶ୍ରମିକଙ୍କ ପାଇଁ କର୍ମସଂସ୍ଥାନ ସୃଷ୍ଟି ଦିଗରେ ଅର୍ଥ ଯୋଗାଇ ଦିଆଯିବ
୧୬. କୃଷି କ୍ଷେତ୍ର ପାଇଁ ମଧ୍ୟ କୌଣସି ଯୋଜନା କାଟ କରାଯିବ ନାହିଁ
୧୭. ଅଣ-ଅଗ୍ରାଧିକାର କ୍ଷେତ୍ର ନିମିତ୍ତ କୌଣସି ନୂଆ ଯୋଜନାରେ ଅର୍ଥ ବ୍ୟୟ କରାଯିବ ନାହିଁ
୧୮. ନୂତନ ଯାନବାହାନ କ୍ରୟ କରାଯିବ ନାହିଁ
୧୯. ୨ ଅକ୍ଟୋବର ୨୦୨୦ ସୁଦ୍ଧା ସମସ୍ତ କାର୍ଯ୍ୟ ଅନଲାଇନ, ସୁବିଧା କେନ୍ଦ୍ର କିମ୍ବା କୋରିଅର ମାଧ୍ୟମରେ କରାଯିବ
୨୦. ଚାଲୁ ରହିଥିବା ପ୍ରକଳ୍ପ ବନ୍ଦ ହେବନି, ଶିକ୍ଷା କ୍ଷେତ୍ରକୁ ଅଗ୍ରାଧିକାର ମିଳିବ ଏବଂ ଡିଜିଟାଲ ମାଧ୍ୟମରେ କାର୍ଯ୍ୟକୁ ମିଳିବ ପ୍ରୋତ୍ସାହନ

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories