www.samajalive.in
Monday, December 15, 2025
26.1 C
Bhubaneswar

ସାର ଦୁର୍ନୀତି: ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଭାଇ ଘରେ ପ୍ରବର୍ତ୍ତନ ନିର୍ଦେଶାଳୟ ଚଢ଼ଉ

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଭାଇ ଅଗ୍ରସେନ ଗେହଲଟଙ୍କ ଘରେ ଚଢ଼ଉ କରିଛି ପ୍ରବର୍ତନ ନିର୍ଦେଶାଳୟ । ୨୦୦୯ ମସିହାରେ ଏହି ମାମଲାରେ କେନ୍ଦ୍ରୀୟ ବହିଃଶୁଳ୍କ ବିଭାଗ ତାଙ୍କ ଉପରେ ୫.୪୫ କୋଟି ଟଙ୍କା ଜୋରିମାନା କରିଥିଲା । ଏହାର ୧୧ ବର୍ଷ ପରେ ପ୍ରବର୍ତନ ନିର୍ଦେଶାଳୟ ଏହି ମାମଲାରେ ପ୍ରବେଶ କରିଛି । ମାତ୍ର ଚମକେଇଦେବା ଭଳି କଥା ହେଉଛି ପ୍ରବର୍ତନ ନିର୍ଦେଶାଳୟ ସେହି ସମୟରେ ଏହି ମାମଲାରେ ହସ୍ତକ୍ଷେପ କରିଛି ଯେତେବେଳେ କି ରାଜସ୍ଥାନ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ରାଜନୈତିକ ଲଢ଼େଇ ଚରମ ସ୍ଥିତିରେ ପହଞ୍ଚିଛି ଏବଂ ଏହି ଘଟଣାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ବିଜେପିର ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ଆରମ୍ଭରୁ ଗେହଲଟଙ୍କ ଭାଇ ଅଗ୍ରସେନ ଏହି ମାମଲାରେ ନିଜକୁ ପୁରା ନିର୍ଦୋଷ ବୋଲି କହି ଆସୁଛନ୍ତି । ତାଙ୍କ ଭାଇ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ତାଙ୍କୁ ବିନା କାରଣରେ ବଦନାମ କରାଯାଉଛି ବୋଲି ସେ କହିଛନ୍ତି ।

- Advertisement -

କାହିଁକି ଅଗ୍ରସେନଙ୍କ ଘର ଉପରେ ଚଢ଼ଉ

ଗେହଲଟଙ୍କ ଭାଇ ଅଗ୍ରସେନ ୨୦୦୭ରୁ ୨୦୦୯ ମଧ୍ୟରେ ଜମିର ଉର୍ବରତା ବୃଦ୍ଧି ନିମନ୍ତେ ଏକ ସାମଗ୍ରୀ ପ୍ରସ୍ତୁତ କରିବା ନିମନ୍ତେ ରାଜ୍ୟ ସରକାରଙ୍କଠାରୁ ରିହାତି ନେଇଥିଲେ । ମାତ୍ର ପରବର୍ତୀ ସମୟରେ ସେ ଏହାକୁ କୃଷକଙ୍କୁ ବାଣ୍ଟିବା ପରିବର୍ତ୍ତେ ଘରୋଇ କମ୍ପାନୀକୁ ବିକ୍ରି କରିଥିବା ଏବଂ ବିପୁଳ ଫାଇଦା ଉଠାଇଥିବା ଅଭିଯୋଗ ହୋଇଥିଲା । ସେତେବେଳେ ଗେହଲଟ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଥିଲେ ଓ କେନ୍ଦ୍ରରେ ମନମୋହନ ସିଂହ ସରକାର ଚାଲିଥିଲା । ଅଗ୍ରସେନଙ୍କ କମ୍ପାନୀ କୃଷକଙ୍କ ନାଁରେ ସରକାରଙ୍କଠାରୁ କମ୍ ଓ ରିହାତି ମୂଲ୍ୟରେ ପଟାସ ଖରିଦ କରିଥିଲେ ଓ ଏହାର ଏକ ବଡ଼ ଅଂଶ ଅନ୍ୟ ଏକ ଫାର୍ମ ଜରିଆରେ ଏକ୍ସପୋର୍ଟ କରିଦେଇଥିଲେ । ଇଣ୍ଡଷ୍ଟ୍ରିଆଲ ସଲ୍ଟ ଦର୍ଶାଇ ପଟାଶକୁ ବିଦେଶ ପଠାଇ ଦିଆଯାଇଥିଲା । ଏହି ମାମଲାରେ ଅଗ୍ରସେନ ଫାର୍ମ ସହ କିଛି ଅନ୍ୟ କମ୍ପାନୀ ଉପରେ ବିପୁଳ ଜୋରିମାନା ଲଗାଯାଇଥିଲା ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories