ଭୁବନେଶ୍ୱର: ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ଗତକାଲି ତୁଳନାରେ ଆଜି ବୃଦ୍ଧି ପାଇଛି। ଗୋଟିଏ ଦିନରେ ରାଜ୍ୟରୁ ନୂଆ ୩୫୫୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୨୦୧୮ ଏବଂ ସ୍ଥାନୀୟ ସଂକ୍ରମିତ ୧୫୨୬ ଜଣ ରହିଛନ୍ତି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୯୭୦୬୨କୁ ବୃଦ୍ଧି ପାଇଛି। ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୧୩୩, ବାଲେଶ୍ୱର ୨୭୧, ଭଦ୍ରକ ୧୫୮, କଟକ ୫୦୧, ଜଗତସିଂହପୁର ୧୪୫, ଯାଜପୁର ୨୫୬, କେନ୍ଦ୍ରାପଡା ୧୧୯ ଏବଂ ଖୋର୍ଦ୍ଧାରୁ ୬୫୨ ଜଣ ଚିହ୍ନଟ ହୋଇଛନ୍ତି।
ସେହିଭଳି ମୟୁରଭଞ୍ଜ ୧୯୬, ନୟାଗଡ ୧୦୦, ପୁରୀ ୨୩୩ ଏବଂ ଷ୍ଟେଟପୁଲରୁ ୧୦୦ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ୮୬୦୧୪୨ ଜଣ କରୋନାରୁ ସୁସ୍ଥ ହୋଇସାରିଥିବା ବେଳେ ସଂପ୍ରତି ୩୩୦୧୯ ଜଣ ସକ୍ରିୟ ସଂକ୍ରମିତ ରହିଥିବା ଜଣାଯାଇଛି।



