ରାଜ୍ୟରେ ଆଉ ୮୭୨ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ପୁଣି ୮ଶହ ଉପରେ ଦୈନିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଆଉ ୮୭୨ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସଙ୍ଗରୋଧରୁ ୫୧୨ ଓ ସ୍ଥାନୀୟ ସଂକ୍ରମିତ ୩୬୦ଜଣ ରହିଥିବା ସୂଚନା ଦିଆଯାଇଛି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୨୩ଜଣ ରହିଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୨୮୨ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୪୪, କଟକରୁ ୯୬, ଷ୍ଟେଟପୁଲରୁ ୬୧, ମୟୂରଭଞ୍ଜରୁ ୫୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ସୋନପୁରରୁ ୨୬, ସମ୍ବଲପୁରରୁ ୨୩, ପୁରୀରୁ ୧୯, ନୟାଗଡ଼ରୁ ୧୯, ଜଗତସିଂହପୁରରୁ ୧୬, ଯାଜପୁରରୁ ୧୨ ଓ ଝାରସୁଗୁଡ଼ାରୁ ୧୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  କୋରାପୁଟରୁ ୧୨, ବୌଦ୍ଧରୁ ୧୧, ବରଗଡ଼ରୁ ୯, ବାଲେଶ୍ୱରରୁ ୮, ଗଞ୍ଜାମରୁ ୮, କେନ୍ଦ୍ରାପଡ଼ାରୁ ୮, ବଲାଙ୍ଗୀରରୁ ୭ ଓ ନୂଆପଡ଼ାରୁ ୭ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା କୁହାଯାଇଛି । ଭଦ୍ରକରୁ ୬, ରାୟଗଡ଼ାରୁ ୬, କଳାହାଣ୍ଡିରୁ ୫, କନ୍ଧମାଳରୁ ୫, ଅନୁଗୁଳରୁ ୪, ଗଜପତିରୁ ୩, ଦେବଗଡ଼ରୁ ୨, ଢ଼େଙ୍କାନାଳ ଓ କେନ୍ଦୁଝରରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ କରୋନାରୁ ଆଉ ୫୫୨ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ୫ହଜାର ୬୯୬ଜଣ ସକ୍ରିୟ ଆକ୍ରାନ୍ତ ରହିଥିବା ସୂଚନା ଦିଆଯାଇଛି ।

Comments are closed.