www.samajalive.in
Friday, December 12, 2025
16.1 C
Bhubaneswar

ଓଡ଼ିଶା ସିଟିଜେନ୍ସ ଆୱାର୍ଡ ୨୦୧୮

ଭୁବନେଶ୍ୱର : ସମ୍ମାନଜନକ ଓଡ଼ିଶା ସିଟିଜେନ୍ସ ଆୱାର୍ଡର ସପ୍ତମ ସଂସ୍କରଣ ଗତ ୨୧ ତାରିଖରେ ଏଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥିଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ ସାମ୍ବାଦିକଙ୍କ କର୍ତ୍ତବ୍ୟନିଷ୍ଠା ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥିଭାବେ ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଓଡ଼ିଶା ଟେଲିଭିଜନ ନେଟୱର୍କର ନିର୍ଦେଶିକା ତଥା କୋ-ଫାଉଣ୍ଡର ଜଗି ମଙ୍ଗତ ପଣ୍ଡା ଅତିଥିଙ୍କୁ ଉପଢୌକନ ପ୍ରଦାନ କରି ସମ୍ମାନିତ କରିଥିଲେ। ଓଡ଼ିଶା ଟେଲିଭିଜନ ନେଟ୍‍ୱର୍କର କ୍ରିଏଟିଭ୍‍ ହେଡ଼ ରଞ୍ଜନ ଶତପଥୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।
କୃଷି କ୍ଷେତ୍ରରେ କୋରାପୁଟର ଚାଷୀ ସୁଜୟ ପ୍ରଧାନ ସମ୍ମାନିତ ହୋଇଥିବାବେଳେ କଳା, ସଂସ୍କୃତି ବିଭାଗରେ ତାଳବାଦ୍ୟ ଗୁରୁ ବନମାଳୀ ମହାରଣା ଏବଂ ଶିକ୍ଷା ପାଇଁ ବିଶିଷ୍ଟ ଶିକ୍ଷାବିତ ତଥା ଗବେଷକ ପ୍ରଫେସର ଉମାଚରଣ ମହାନ୍ତିଙ୍କୁ ସମ୍ମାନିତ କରାଯାଇଛି।
ସେହିଭଳି ବ୍ୟବସାୟ ବିଭାଗରେ ଭାରତ ମସଲାର ପରିଚାଳନା ନିର୍ଦେଶକ ସୁଶାନ୍ତ କୁମାର ପଣ୍ଡା, ମନୋରଞ୍ଜନ ପାଇଁ ବରିଷ୍ଠ ଅଭିନେତା, କାହାଣୀ-ସଂଳାପକାର ଅଟଳବିହାରୀ ପଣ୍ଡା ଓ କ୍ରୀଡ଼ା କ୍ଷେତ୍ରରେ ଭାରତୀୟ ମହିଳା ସିନିୟର ହକି ଦଳର ସଦସ୍ୟ ସୁନିତା ଲାକ୍ରାଙ୍କୁ ପ୍ରଦାନ କରାଯାଇଛି ୨୦୧୮ର ଓଡ଼ିଶା ସିଟିଜେନ୍‍ସ ଆୱାର୍ଡ। ରାଜନୀତି ବିଭାଗରେ ବିଜେପିର ଜାତୀୟ ପ୍ରବକ୍ତା ଡ. ସମ୍ବିତ ପାତ୍ର ଏବଂ ସମାଜସେବା କ୍ଷେତ୍ରରେ ଡି. ପ୍ରକାଶ ରାଓଙ୍କୁ ଚଳିତବର୍ଷର ଓଡ଼ିଶା ସିଟିଜେନ୍ସ ଆୱାର୍ଡ ପ୍ରଦାନ କରାଯାଇଛି। କୃଷି, ଶିକ୍ଷା, କଳା ଓ ସଂସ୍କୃତି, ସମାଜସେବା, ବ୍ୟବସାୟ, ରାଜନୀତି, କ୍ରୀଡ଼ା ଓ ମନୋରଞ୍ଜନ ଆଦି ୮ଟି କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଆମ ଚାରିପାଖରେ ଥିବା ବ୍ୟକ୍ତିତ୍ୱଙ୍କୁ ଖୋଜି ବାହାର କରିବା ଏବଂ ସେମାନଙ୍କୁ ସମ୍ମାନିତ କରିବା ହେଉଛି ଓଡ଼ିଶା ସିଟିଜେନ୍ସ ଆୱାର୍ଡର ସଦସ୍ୟ।
ଏସବୁ କ୍ଷେତ୍ରରେ ଓଡ଼ିଶାକୁ ସମୃଦ୍ଧି ପଥରେ ଆଗେଇ ନେଇଥିବା ବିଶିଷ୍ଟ ବ୍ୟକ୍ତିଙ୍କୁ ଓଡ଼ିଶା ସିଟିଜେନ୍ସ ଆୱାର୍ଡ ମାଧ୍ୟମରେ ୨୦୧୨ରୁ ସମ୍ମାନିତ କରିଆସୁଛି ଓ ଟିଭି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories