www.samajalive.in
Monday, December 15, 2025
26.1 C
Bhubaneswar

ରାଜ୍ୟ କ୍ୟାବିନେଟ ବୈଠକରେ ମିଳିଲା ୨୨ଟି ପ୍ରସ୍ତାବକୁ ମଞ୍ଜୁରୀ

ସମାଜ ପୋର୍ଟାଲ ଡେସ୍କ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୨୨ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ଜଣାପଡିଛି। ସାମାଜିକ ଦୂରତା ବଜାୟ ରଖି ଆଜି ଭିଡିଓ କନଫରେନସିଂ ଜରିଆରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ଶେଷରେ କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ଯେ ଆଜିର ବୈଠକରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଜମି ଆବଣ୍ଟନ ନେଇ ଥିବା ସମସ୍ୟାକୁ ଦୂର କରାଯାଇଛି ଫଳରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ସିଙ୍ଗଲ ଉଇଣ୍ଡୋ କମିଟି ଥରେ ଜମି ଆବଣ୍ଟନକୁ ଅନୁମତି ଦେବା ପରେ ଆଉ ଏକ କମିଟିର ସୁପାରିଶ ଆବଶ୍ୟକ ହେବ ନାହିଁ।

- Advertisement -

ଅନ୍ୟ ପକ୍ଷରେ ରାଜ୍ୟରେ ପର୍ଯ୍ୟଟନ ପ୍ରକଳ୍ପ ପାଇଁ ଏଣିକି କେବଳ ଇଡ଼କୋ ଜମି ଆବଣ୍ଟନ କରିବା ନେଇ କ୍ୟାବିନେଟ ନିଷ୍ପତ୍ତି ନେଇଛି। ଅନ୍ୟ ଏକ କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ କୃଷି ଓ ତତ ସମ୍ପର୍କିତ ପ୍ରାକ-ସ୍ନାତ୍ତକ ପାଠ୍ୟକ୍ରମକୁ ପ୍ରଫେସନାଲ ଡିଗ୍ରୀ କୋର୍ସ ମାନ୍ୟତା ଦିଆଯାଇଛି ଫଳରେ ସେହି ପାଠ୍ୟକ୍ରମ ଶେଷ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି ହେବ। ମାଳତୀ ଦେବୀ ପ୍ରାକ-ପରିଧାନ ଯୋଜନାରେ ଅଙ୍ଗନବାଡିରେ ପଢ଼ୁଥିବା ପିଲାମାନଙ୍କୁ ବର୍ଷକୁ ଦୁଇ ହଳ ପୋଷାକ ବ୍ୟତୀତ ଚଳିତ ଆର୍ଥିକ ବର୍ଷରେ ଜୋତା ଓ ମୋଜା ଏବଂ ଆସନ୍ତା ଆର୍ଥିକ ବର୍ଷରେ ଶୀତ ବସ୍ତ୍ର ଦିଆଯିବ।

କ୍ୟାବିନେଟ ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତିର ସାରାଂଶ…
୧ – ପର୍ଯ୍ୟଟନ ପ୍ରକଳ୍ପ ଲାଗି ଇଡକୋ ଯୋଗାଇବ ଜମି
୨ – କୃଷି ସମ୍ପର୍କିତ ଅଣ୍ଡର ଗ୍ରାଜୁଏଟ୍ କୋର୍ସକୁ ମିଳିଲା ପ୍ରଫେସନାଲ ଡିଗ୍ରୀ କୋର୍ସ ମାନ୍ୟତା
୩ – ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ କାର୍ଯ୍ୟକ୍ରମରେ ୩ରୁ ୬ ବର୍ଷ ପିଲାଙ୍କୁ ମାଗଣାରେ ଦିଆଯିବ ଜୋତା ଏବଂ ସ୍ୱେଟର
୪ – ଆସ୍କା ସୁଗାର କୋଅପରେଟିଭ ସୋସାଇଟିକୁ କ୍ୟାସ୍ କ୍ରେଡିଟ୍ ଆକାରରେ ୧୫ କୋଟି ଟଙ୍କାର ସହାୟତା
୫ – ଶକ୍ତି ବିଭାଗ ଅଧିନକୁ ଯିବା ଓରେଡା (ଓଡିଶା ଅକ୍ଷୟ ଷକ୍ତି ଉନ୍ନୟନ ଏଜେନ୍ସି)
୬ – ସୋସାଇଟ ଆକ୍ଟରେ ପରିବର୍ତ୍ତନ, ଏଣିକି ପ୍ରତି ୫ ବର୍ଷରେ କରିବାକୁ ପଡିବ ନବୀକରଣ ଓ ଅଡିଟ
୭ – ଏଗ୍ରିକଲଚର ଆକ୍ଟ ୧୯୫୬ରେ ସଂଶୋଧନ, ଇ-ମାର୍କେଟ ଜରିଆରେ ଚାଷୀ ବିକି ପାରିବେ ଉତ୍ପାଦନ
୮ – କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟକୁ ୧ ଟଙ୍କା ଭଡାରେ ଦିଆଯିବ ଜମି
୯ – ବାଲେଶ୍ୱର ହିଡିଗାଁରେ ୩ ଏକର ୫୦ ଡେସିମିଲ ଜାଗାରେ ପ୍ରତିଷ୍ଠା ହେବ ଏନଡିଆରଏଫ ୟୁନିଟ
୧୦ – ଧାମରା ଓ ଢେଙ୍କାନାଳରେ ପ୍ରତିଷ୍ଠା ହେବ ଶିଳ୍ପ ପାର୍କ । ହଜାରେ ଏକର ଲେଖାଏଁ ଜମିରେ ପ୍ରତିଷ୍ଠା ହେବ ପାର୍କ

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories