www.samajalive.in
Saturday, December 13, 2025
23.1 C
Bhubaneswar

ବିଧାନସଭା ସୁରକ୍ଷା ପାଇଁ ୩୦ ପ୍ଲାଟୁନ୍ ପୁଲିସ

ଭୁବନେଶ୍ବର: ଆସନ୍ତା ଜୁଲାଇ ୨ରୁ ଆରମ୍ଭ ହେବାକୁ ଯାଉଛି ମୌସୁମୀ ଅଧିବେଶନ। ବିଧାନସଭାର ସୁରକ୍ଷା ବ୍ୟବସ୍ଥାକୁ ନେଇ କମିସନରେଟ୍‌ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁଲିସ ଆୟୁକ୍ତ  ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ଆୟୁକ୍ତ ଡ. ଉମାଶଙ୍କର ଦାସ ଓ ଉପାୟୁକ୍ତ ପ୍ରତୀକ ସିଂହ ଆସନ୍ତା ବିଧାନସଭା ସୁରକ୍ଷା ନେଇ ଆଲୋଚନା କରିଛନ୍ତି। ରଥଯାତ୍ରା ପରଦିନ ବିଧାନସଭା ଅଧିବେଶନ ଆରମ୍ଭ ହେଉଥିବାରୁ ଏଥର ଅଧିବେଶନ ଲାଗି ୩୦ ପ୍ଲାଟୁନ୍ ପୁଲିସ ବଳ ନିୟୋଜିତ କରାଯିବ ବୋଲି ଜଣାପଡିଛି।

ମୌସୁମୀ ଅଧିବେଶନ ଅଧିକ ସରଗରମ ହେବ । ତେଣୁ  ବିଧାନସଭା ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି ବୋଲି ଜଣାପଡିଛି। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ରହିବ। ବିଧାନସଭା ପରିସର ଏବଂ ପ୍ରବେଶ ପଥରେ ଉଭୟ ସାଦାପୋଷାକ ଓ ପୁଲିସ ପୋଷାକରେ କମିସନରେଟ୍‌ ପୁଲିସର ଅଧିକାରୀମାନେ ରହିବେ। ବିଧାନସଭାର ଚାରିପଟେ ସଶସ୍ତ୍ର ପୁଲିସ ବାହିନୀ ପ୍ରହରା ଦେବ। ୧୦୦ରୁ ଅଧିକ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଆତଙ୍କବାଦୀ ନିରୋଧୀ, ତ୍ବରିତ୍‌ କାର୍ଯ୍ୟାନୁଷ୍ଠାନ ଦଳ ଆଦି ପ୍ରବେଶ ପଥରେ ନିୟୋଜିତ ହେବେ। ୧୨ ଜଣ ସହକାରୀ ଆୟୁକ୍ତ ଏବଂ ୬ ଜଣ ଅତିରିକ୍ତ ଉପାୟୁକ୍ତ ପାହ୍ୟାର ଅଧିକାରୀ ସୁରକ୍ଷା ଦାୟିତ୍ବରେ ରହିବେ। ବିଧାନସଭାର ପ୍ରତି ପ୍ରବେଶ ପଥରେ ସ୍ବୟଂଚାଳିତ ବନ୍ଧୁକ ଧରି ସଶସ୍ତ୍ର ପୁଲିସ ସତର୍କ ଦୃଷ୍ଟି ରଖିବେ। ବିଭିନ୍ନ ସଂଗଠନ ଓ ଅନୁଷ୍ଠାନ ପକ୍ଷରୁ ବି‌କ୍ଷୋଭ ଓ ଧାରଣା ପାଇଁ ଅନୁମତି ନେଇଥିବାରୁ ଫଟୋ ଉତ୍ତୋଳନକାରୀ ଯନ୍ତ୍ର ମାଧ୍ୟମରେ ଲୋୟର ପିଏମ୍‌ଜି ଉପରେ ନଜର ରଖାଯିବ। ବିଧାନସଭାର ପ୍ରତି ପ୍ରବେଶ ପଥରେ ଫଟୋ ଉତ୍ତୋଳନକାରୀ ଯନ୍ତ୍ର ଲାଗିଛି। ନିୟନ୍ତ୍ରଣ କକ୍ଷରେ ବରିଷ୍ଠ ଅଧିକାରୀମାନେ ୬୦ଟି ଫଟୋ ଉତ୍ତୋଳନକାରୀ ଯନ୍ତ୍ର ମାଧ୍ୟମରେ ତୀକ୍ଷ୍ଣ ନଜର ରଖିବେ ବୋଲି ଜଣାପଡିଛି।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories