www.samajalive.in
Saturday, December 6, 2025
14.1 C
Bhubaneswar

ଆରୋଗ୍ୟରେ ରେକର୍ଡ : ମଙ୍ଗଳବାର ୧୪୦୯ କରେନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ ମଙ୍ଗଳବାର ରେକର୍ଡ ସଂଖ୍ୟକ କରେନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ଆରୋଗ୍ୟଙ୍କ ସଂଖ୍ୟା ୨୪ ହଜାର ଅତିକ୍ରମ କରିଛି। ମଙ୍ଗଳବାର ୧୪୦୯ କରେନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨୪,୪୮୨କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଗଞ୍ଜାମରୁ ସର୍ବାଧିକ ୨୫୮, ଖୋର୍ଦ୍ଧାରୁ ୨୧୮, ରାୟଗଡାରୁ ୧୨୮, ସୁନ୍ଦରଗଡରୁ ୧୨୨, ପୁରୀରୁ ୧୨୧ ଓ ଗଜପତିରୁ ୧୨୦ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

- Advertisement -

ସେହିପରି କୋରାପୁଟରୁ ୮୪, କଟକରୁ ୬୮, ବାଲେଶ୍ୱରରୁ ୫୮, ନବରଙ୍ଗପୁରରୁ ୩୪, କନ୍ଧମାଳରୁ ୩୦, ଯାଜପୁରରୁୁ ୨୫, ମାଲକାନଗିରିରୁ ୨୪, କେନ୍ଦୁଝରରୁ ୧୯, ବଲାଙ୍ଗୀରରୁ ୧୬, କେନ୍ଦ୍ରାପଡା ଓ ବରଗଡ଼ରୁ ୧୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ଝାରସୁଗୁଡାରୁ ୧୧, ନୟାଗଡ଼ରୁ ୧୦ ଓ ବୌଦ୍ଧରୁ ୯ ଏବଂ ନୂଆପଡାରୁ ୮ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ସେହିଭଳି ମୟୂରଭଞ୍ଜରୁ ୭, ଢେଙ୍କାନାଳରୁ ୫, ଭଦ୍ରକରୁ ୪, ଅନୁଗୋଳ ଏବଂ ଜଗତସିଂହପୁରରୁ ୨ ଜଣ ଲେଖାଏଁ, ଦେବଗଡ଼ ଓ କଳାହାଣ୍ଡିରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories