www.samajalive.in
Tuesday, December 9, 2025
16.1 C
Bhubaneswar

ସାନିଟାଇଜ୍‍ ହେଲା ଫିରିଙ୍ଗିଆ

ଫୁଲବାଣୀ : ଫିରିଙ୍ଗିଆ ବଜାରରୁ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ଫିରିଙ୍ଗିଆ ପଂଚୟତର କାଳିଆ ସାହି, କଣ୍ଟିଲୋ ସାହି, ଉପରପଡା ଓ କୁଲିଆକୁଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ସହିତ ଖଜୁଚିପଡା, ନାହାଣ ଗାଁ, ମାଝିପଡା, କେକେରିଙ୍ଗିଆ, ଶଶିପଦର, ଡିଣ୍ଡିରାଗାଁ ଆଦିକୁ ବଫର ଜୋନ ଘୋଷଣା କରାଯାଇଛି। କେବଳ ଡାକ୍ତରଖାନା, ଅଗ୍ନୀଶମ, ପୁଲିସ୍‍ ଥାନା, ଔଷଧ ଦୋକାନ ଓ ବ୍ଲକ କାର୍ଯ୍ୟାଳୟର ଜରୁରିକାଳୀନ ବିଭାଗକୁ ଛାଡି ଦେଲେ ଅନ୍ୟ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ସଂସ୍ଥା, ଦୋକାନ ବଜାର ଓ ଯାନବାହାନ ଚଳାଚଳ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଭଳି ସ୍ଥଳେ ଆଜି ଫିରିଙ୍ଗିଆ ଅଗ୍ନିସମ ବିଭାଗ ପକ୍ଷରୁ ଫିରିଙ୍ଗିଆ ବଜାର ସହିତ , ବ୍ଳକ ଅଫିସ ନିକଟ ଓ ଅନ୍ୟ କେତେକ ସ୍ଥାନକୁ ସଂପୂର୍ଣ୍ଣଭାବେ ସାନିଟାଇଜ୍‍ କରାଯାଇଛି। ଆଗାମି ଦିନରେ ପଂଚାୟତର ବିଭିନ୍ନ ସାହି ମାନଙ୍କୁ ମଧ୍ୟ ସାନିଟାଇଜ୍‍ କରାଯିବ ବୋଲି ଅଗ୍ନିସମ ବିଭାଗ ପକ୍ଷରୁ କୁହାଯାଇଛି।ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଅଂଚଳର ସମସ୍ତ ପ୍ରବେଶ ପଥକୁ ବାଉଁଶ ବାଡ ଦେଇ ବନ୍ଦ କରାଯାଇଛି ଓ ପୁଲିସ ପକ୍ଷରୁ ପ୍ରହରା ବ୍ୟବସ୍ଥା କରାଯାଇଛି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories