www.samajalive.in
Saturday, December 6, 2025
26.1 C
Bhubaneswar

ସାମ୍ନାକୁ ଆସିଲା ନୂଆ ଭିଡିଓ, ଲାହୋରରେ ଜ୍ୟୋତିଙ୍କୁ ସୁରକ୍ଷା ଦେଉଥିଲେ ପାକିସ୍ତାନୀ ପୁଲିସ

ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନ ପାଇଁ ଗୁପ୍ତଚରି କରି ଗିରଫ ହୋଇଥିବା ହରିୟାଣାର ମହିଳା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଜ୍ୟୋତି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ପାଇଁ ଏତେ ଗୁରୁତ୍ଵପୂର୍ଣ୍ଣ ଥିଲେ ଯେ, ସେ ପାକ୍‌ ଗସ୍ତ କରିବା ସମୟରେ ପୁଲିସ ତାଙ୍କୁ ସୁରକ୍ଷା ଦେଉଥିଲା। ଏଭଳି ଦୃଶ୍ୟ ଥିବା ଏକ ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି। ସ୍କଟଲାଣ୍ଡର ଜଣେ ୟୁଟ୍ୟୁବର ଏହି ଭିଡିଓଟିକୁ ଗତ ମାର୍ଚ୍ଚ ମାସରେ ସାମାଜିକ ଗଣମାଧ୍ୟମରେ ଶେୟାର କରିଥିଲେ। ଜ୍ୟୋତିଙ୍କ ଗୁପ୍ତଚରି ବୃତ୍ତି ସାମ୍ନାକୁ ଆସିବା ପରେ ଉକ୍ତ ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଜ୍ୟୋତି ଲାହୋରର ଏକ ବଜାର ଅଞ୍ଚଳରେ ବୁଲି ବୁଲି ଭିଡିଓ କରୁଛନ୍ତି। ତାଙ୍କ ପାରିପା​‌ଖେ ଅତି ନିକଟରେ ୧୦ରୁ ୧୨ ପୁଲିସ କର୍ମଚାରୀ ରହିଛନ୍ତି, ଯେଉଁମାନଙ୍କ ମଧ୍ୟରୁ କିଛି ପୁଲିସ ପୋଷାକରେ ଥିବାବେଳେ ଅନ୍ୟ କେତେଜଣ ସାଦା ପୋଷାକରେ ଥିଲେ। ସମସ୍ତଙ୍କ ହାତରେ ଏକେ-୪୭ ବନ୍ଧୁକ ରହିଥିଲା। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ସହିତ ଜ୍ୟୋତିଙ୍କର କେତେ ଘନିଷ୍ଠତା ରହିଛି ତାହା ଏହି ଭିଡ଼ିଓରୁ ସ୍ପଷ୍ଟ ଜଣାପଡ଼ିଛି।

- Advertisement -

ସୂଚନାଯୋଗ୍ୟ, ଦୁଇ ସପ୍ତାହ ତଳେ ଜ୍ୟୋତିଙ୍କୁ ପାକିସ୍ତାନ ପାଇଁ ଗୁପ୍ତଚରି କରିବା ଅଭିଯୋଗରେ ହରିୟାଣାର ହିସାରରୁ ପୁଲିସ ଗିରଫ କରିଥିଲା। ଏହା ପରେ ସେ କିପରି ନିଜ ୟୁଟ୍ୟୁବ ଚ୍ୟାନେଲ ଜରିଆରେ ଏବଂ ଅନ୍ୟ ସାମାଜିକ ଗଣମାଧ୍ୟମ ଜରିଆରେ ପାକିସ୍ତାନକୁ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଦେଉଥିଲେ ତାହା ସାମ୍ନାକୁ ଆସିଥିଲା।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories