www.samajalive.in
Saturday, December 6, 2025
26.1 C
Bhubaneswar

୬୫ କୋଟି ଦୁର୍ନୀତିରେ ଫସିଲେ ବଲିଉଡ ଅଭିନେତା, ସମନ ଜାରି କଲା ଇଓଡବ୍ଲ୍ୟୁ

ସମାଜ ଡିଜିଟାଲ ଡେସ୍କ: ୬୫ କୋଟି ଟଙ୍କାର ଦୁର୍ନୀତିରେ ଫସିଛନ୍ତି ବଲିଉଡ ଅଭିନେତା ଡିନୋ ମାରିଆ। ଏଥିପାଇଁ ମୁମ୍ବଇ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ତାଙ୍କୁ ସମନ ଜାରି କରିଛି। ଏହି ଦୁର୍ନୀତିରେ ସେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି।

ମହାରାଷ୍ଟ୍ରର ମିଠି ନଦୀରୁ ପଙ୍କୋଦ୍ଧାର କାର୍ଯ୍ୟ ପାଇଁ ଡ୍ରେଜିଂ ମେସିନ ଏବଂ ଅନ୍ୟାନ୍ୟ ଉପକରଣ ଭଡ଼ା ଆଣିବାରେ ୬୫ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଜଣାପଡ଼ିଛି। ବ୍ରିହନ ମୁମ୍ବଇ ମହାନଗର ନିଗମ(ବିଏମସି) ଦ୍ଵାରା ଏହି ପ୍ରକଳ୍ପ କାର୍ଯ୍ୟ କରାଯାଉଥିଲା।

- Advertisement -

ରିପୋର୍ଟ ଅନୁସାରେ ଡିନୋ ମାରିଆ ଏବଂ ତାଙ୍କ ଭାଇ ସାଣ୍ଟିନୋ ମାରିଆ ଏବଂ କେତନ କଦମଙ୍କ ମଧ୍ୟରେ ଫୋନ କଲ୍‌ରେ ହୋଇଥିବା କିଛି ବାର୍ତ୍ତାଳାପ ସାମ୍ନାକୁ ଆସିଛି। ଯେଉଁଥିରେ ଏହି ଦୁର୍ନୀତିରେ ଡିନୋ ମାରିଆଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। କେତନ କଦମ ଏବଂ ଜୟ ଜୋଶୀ ମେସିନ ଭଡ଼ା ଆଣିବା ଲାଗି ବିଏମସିଠାରୁ ମାତ୍ରାଧିକ ଅର୍ଥ ନେଇଥିବା ଅଭିଯୋଗ ହୋଇଛି। ଏଥିରେ ବିଏମସିର କିଛି କର୍ମଚାରୀ ଏବଂ ଅଧିକାରୀ ସାମିଲ ଥିବା ମଧ୍ୟ କୁହାଯାଉଛି।

Hot this week

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

Related Articles

Popular Categories