ନୂଆଦିଲ୍ଲୀ : ଫକ୍ସଓ୍ବାଗନ ଭାରତୀୟ ମାର୍କେଟରେ ନିଜ ବହୁ ପ୍ରତୀକ୍ଷିତ କାର୍ ଗୋଲ୍ଫ ଜିଟିଆଇ ଏମକେ ୮.୫କୁ ଲଞ୍ଚ୍ କରିଦେଇଛି । କମ୍ପାନୀ ଏହି କାରକୁ ଭାରତୀୟ ମାର୍କେଟରେ ୫୩ ଲକ୍ଷ ଟଙ୍କାର ଏକ୍ସ-ଶୋରୁମ୍ ଦାମରେ ଲଞ୍ଚ୍ କରିଛି । ଏହାର ପ୍ରଥମ ୧୫୦ ୟୁନିଟ୍ ବୁକିଂ ହୋଇସାରିଛି । କମ୍ପାନୀ ଦ୍ବିତୀୟ ପର୍ଯ୍ୟାୟରେ ୧୦୦ ୟୁନିଟ୍ ଆଣିବାକୁ ଯୋଜନା ରଖିଛି । ଏହାର କ୍ୟାବିନରେ ଜିଟିଆଇ ବ୍ୟାଜ୍ ସହିତ ଲେଦର ରାପ୍ଡ ସ୍ପୋର୍ଟ୍ସ ଷ୍ଟିୟରିଂ ହ୍ବିଲ୍, ୧୨.୯ ଇଞ୍ଚ ଟଚସ୍କ୍ରିନ୍ ଓ ୧୦.୨୫ ଇଞ୍ଚର ଡ୍ରାଇଭର ଡିସପ୍ଲେ ଭଳି ଫିଚର୍ ଦିଆଯାଇଛି । କାରରେ ୭ ସ୍ପିକର ସାଉଣ୍ଡ ସିଷ୍ଟମ, ଓ୍ବେୟାରଲେସ୍ ଚାର୍ଜିଂ, ଆମ୍ବିଆଣ୍ଟ ଲାଇଟ୍ସ ଓ ସନରୁଫ୍ ମଧ୍ୟ ରହିଛି ।
ଫ୍ରଣ୍ଟ ବମ୍ପରରେ ବଡ ହନିକମ୍ବ ପାଟର୍ଣ୍ଣ ବିଶିଷ୍ଟ ଏୟାର ଡ୍ୟାମ୍ ରହିଛି ଯାହାର ଉଭୟ ପଟେ ଏକ୍ସ-ସାଇଜର ଫଗ୍ ଲାଇଟ୍ସ ରହିଛି । ଗୋଲ୍ଫ ଜିଟିଆଇ ସାମ୍ନାରେ ଡୋର୍ ପାଖରେ ଜିଟିଆଇ ବ୍ୟାଜ୍ ରହିଛି ଯେଉଁଥିରେ ହେଡଲ୍ୟାମ୍ପ ଓ ବ୍ରେକ୍ କ୍ୟାଲିପର୍ସ ଯୋଡୁଥିବା ଏକ ପଟ୍ଟି ରହିଛି । ଏଥିରେ ୧୮ ଇଞ୍ଚର ଆଲୟହ୍ବିଲ୍ ରହିଛି । ଭାରତ-ସ୍ପେକ୍ ଭକ୍ସଓ୍ବାଗନ ଗୋଲ୍ଫ ଜିଟିଆଇରେ ୨ ଲିଟରର ଟିଏସଆଇ ଇଞ୍ଜିନ ରହିବ ଯାହା ୨୬୫ ବିଏଚପିର ସର୍ବାଧିକ ପାଓ୍ବର ଓ ୩୭୦ ଏନଏମର ପିକ୍ ଟର୍କ ଉତ୍ପନ କରିବାରେ ସକ୍ଷମ ହେବ । ଗୋଲ୍ଫ ଜିଟିଆଇ ମାତ୍ର ୫.୯ ସେକେଣ୍ଡରେ ଶୂନ୍ୟରୁ ୧୦୦ କିଲୋମିଟର ପ୍ରତି ଘଣ୍ଟା ସ୍ପିଡ୍ ଧରିପାରିବ ।



