ଡାକ୍ତରଙ୍କ ଉଦ୍ୟମ – ଉଦ୍ଧାର ହେଲେ ମାନସିକ ବିକୃତ ଗର୍ଭବତୀ ମହିଳା

ଫୁଲବାଣୀ: ଇଛା ଥିଲେ ସବୁ ସମ୍ଭବ ହୋଇଥାଏ। ଏଭଳି ଏକ ଘଟଣା ଘଟିଛି କନ୍ଧମାଳ ଜିଲା କୋଟଗଡ଼଼ ବ୍ଳକର କୋଟଗଡ଼଼ ପଞ୍ଚାୟତ ଅନ୍ତର୍ଗତ ହରିଦାଗଡ଼଼ ଗ୍ରାମର। ଖବର ପ୍ରକାରେ, ଉକ୍ତ ଗ୍ରାମର ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳା ଦୀର୍ଘଦିନ ହେଲା କୌଣସି କାରଣ ଯୋଗୁଁ ସେ ମାନସିକ ବିକୃତ ହୋଇଥିବା ବେଳେ ସେ ହରିଦାଗଡ଼଼ ଗ୍ରାମର ନିଜ ପରିବାର ଲୋକେ ଥିଲେ ମଧ୍ୟ ସେ ଘରକୁନଯାଇ ଏଣେତେଣୁ ବୁଲୁଥିଲା। ଏପରିକି ପରିବାର ଲୋକେ ଅନେକ ସମୟରେ ତାକୁ ଘରେ ରଖିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସେଥିରେ ସଫଳ ହୋଇନଥିଲେ। ତେବେ ମହିଳାଙ୍କ ମାନସିକ ବିକୃତର ସୁଯୋଗ ନେଇ କେହି ଗର୍ଭବତୀ କରିଥିବା ଜଣାଯାଇଛି। ଅନେକ ସମୟରେ ମହିଳା ଜଣକ ଗ୍ରାମ ନିକଟ ଜଙ୍ଗଲରେ ରହୁଥିବା ବେଳେ ଆଜି କୌଣସି ପ୍ରକାର ଖବର ପାଇ କୋଟଗଡ଼଼ ଫ୍ରେଣ୍ଡସ୍‌‌ କ୍ଲବର ସଦସ୍ୟ ତଥା କୋଟଗଡ଼଼ ସ୍ୱାସ୍ଥ୍ୟ କେନ୍ଦ୍ରର ଏମ୍‌‌.ଏଚ୍‌‌.ୟୁ ଡାକ୍ତର ଅଶୋକ କୁମାର ସାମଲ ଏଥିରେ ନିଜେ ହସ୍ତକ୍ଷେପ କରି ଅନ୍ୟମାନଙ୍କ ସହଯୋଗରେ ଉକ୍ତ ମାନସିକ ବିକୃତ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବା ଘଟଣା ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି। ପରୀକ୍ଷା ନିରୀକ୍ଷା ପରେ ମହିଳା ଜଣକ ୭ ମାସର ଗର୍ଭବତୀ ଥିବା ଡାକ୍ତର ଶ୍ରୀ ସାମଲ ସୂଚନା ଦେଇଛନ୍ତି। ଅଧିକ ଚିକିତ୍ସାର ଆବଶ୍ୟକ ଥିବା ଯୋଗୁଁ ତାଙ୍କୁ କଟକ ବଡ଼ ମେଡ଼ିକାଲ୍‌‌କୁ ଏକ ବେସରକାରୀ ଗାଡ଼ିରେ ନେବା ସହିତ ତାଙ୍କୁ ମାନସିକ ବିକୃତ ଥଇଥାନ କେନ୍ଦ୍ରରେ ରଖାଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି। ଗର୍ଭବତୀ ମାନସିକ ବିକୃତ ମହିଳାଙ୍କୁ କଟକ ନେବାରେ କୋଟଗଡ଼଼ କନ୍ଧମାଳ ସାଂସଦ ଡ଼.ଅଚ୍ୟୁତ ସାମନ୍ତଙ୍କ ବ୍ଳକ ପ୍ରତିନିଧି ମନୋଜ ସାବତ ଓ ନିଜେ ଡାକ୍ତର ଆର୍ଥିକ ସହାୟତା କରିଥିବା ବେଳେ ନିଜେ ଡାକ୍ତରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କଟକ ନିଆଯାଇଛି। ସେହିଭଳି ଆଜି ଡାକ୍ତରଙ୍କ ଉଦ୍ୟମରେ କୋଟଗଡ଼଼ ବ୍ଳକର ଅନ୍ୟଜଣେ ମାନସିକ ବିକୃତ ଯୁବକ ଏବଂ ତୁମୁଡ଼ିବନ୍ଧ ଅଞ୍ଚଳର ଅନ୍ୟଜଣେ ମାନସିକ ବିକୃତ ଯୁବକଙ୍କୁ ମଧ୍ୟ ଉଦ୍ଦାର କରାଯାଇ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ସହିତ ସରକାରଙ୍କ ମାନସିକ ଥଇଥାନ କେନ୍ଦ୍ରରେ ଥଇଥାନ ପାଇଁ ମଧ୍ୟ ନିଜେ ଡାକ୍ତରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ନିଆଯାଇଥିବାର ସୂଚନା ମିଳିଛି। ତେବେ ଡାକ୍ତର ଶ୍ରୀ ଅଶୋକ ସାମଲଙ୍କ ନିଜ ଚେଷ୍ଟା ଓ ଉଦ୍ୟମରେ ତିନିଜଣଙ୍କର ଜୀବନ ପରିବର୍ତ୍ତନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଯୋଗୁଁ ଅଞ୍ଚଳବାସୀ ଡାକ୍ତରଙ୍କୁ ସାଧୁବାଦ ଜଣାଇବା ସହିତ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଏହି ଘଟଣା ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି।

Comments are closed.