www.samajalive.in
Monday, December 15, 2025
26.1 C
Bhubaneswar

ଉପାନ୍ତରେ ଅବହେଳିତ ମାତୃଭାଷା-ମାଳଭୂମିରେ ସଙ୍କଟ ରେ ଓଡ଼ିଆ ଭାଷା

ଗୁଣୁପୁର – ଦିନକ ପରେ ସାରା ରାଜ୍ୟରେ ପାଳିତ ହେବାକୁ ଯାଉଛି ଉତ୍କଳ ଦିବସ । ଓଡ଼ିଶାର ପ୍ରାଚୀନ ଅସ୍ମିତାର ଅପୂର୍ବ ନିଦର୍ଶନ ଓ ଓଡ଼ିଆ ଭାଷାର ଗୁଣ ଗାରିମା ବଖାଣିବା ରେ ସାରା ରାଜ୍ୟରେ ଉତ୍ସବ ପାଳିତ ହେବ । ହେଲେ ଉପାନ୍ତରେ ଆଜିବି ଅବହେଳିତ ଓଡ଼ିଆ ଭାଷା ।

ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଅତି କଦର୍ଥ ଭାବେ ଓଡ଼ିଆ ଭାଷା କୁ ପ୍ରୟୋଗ କରାଯାଇଛି । ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ନୂଆ ପ୍ରବେଶ ପାଇଁ ଦିଆଯାଉଥିବା ଆବେଦନ ପତ୍ର ଗୁଡ଼ିକ ରେ ବିକୃତ ଓଡ଼ିଆ ଭାଷା ବ୍ୟବହାର କରାଯାଉଛି । ଛାତ୍ରଛାତ୍ରୀ ହୁଅନ୍ତୁ କି ଶିକ୍ଷକ ଶିକ୍ଷୟିତ୍ରୀ, ସରକାରୀ ଅଧିକାରୀ ଓଡ଼ିଆ ଭାଷାକୁ ସଠିକ ଉଚ୍ଚାରଣ ଓ ଲେଖିବା ଯେପରି କାଠିକର ପାଠ ହୋଇ ପଡ଼ିଛି । ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରେ ଓଡ଼ିଆ ରେ ଚିଠିପତ୍ର ଆଦାନ ପ୍ରଦାନ କରିବା ପାଇଁ ନିୟମ ରହିଥିବା ବେଳେ ଏହାକୁ ଖୋଲାଖୋଲି ଉଲଂଘନ କରାଯାଇ ଇଂରାଜୀ ଭାଷାର ବ୍ୟବହାର କରାଯାଉଛି । ଆଉ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଗୁଡ଼ିକ କଥା ତ ନ କହିବା ଭଲ ।

- Advertisement -

ସତେ ଯେପରି ଏମାନେ ଓଡ଼ିଶାର ନୁହଁନ୍ତି । କେଉଁ ବିଦେଶରୁ ଆସିଥିବା ଭଳି ବ୍ୟବହାର ଅତ୍ୟନ୍ତ ଦୁଃଖଦ ଘଟଣା । ନିଜର ମାତୃଭାଷା ଓ ମାତୃଭୂମିର ମୋହ ସତେଯେମିତି ଏମାନଙ୍କ ପାଖରେ ନାହିଁ । ତେଣୁ ଏଥିପ୍ରତି ରାଜ୍ୟ ସରକାର କଡାକଡି ପଦକ୍ଷେପ ନେବା ଆବଶ୍ୟକ ମନେହୁଏ । ନଚେତ ଉପାନ୍ତରେ ଓଡ଼ିଆ ଭାଷା କେତେବେଳେ ଯେ ଲୋପ ପାଇଯିବ କିଏ ଜାଣେ !

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories