www.samajalive.in
Saturday, December 6, 2025
16.1 C
Bhubaneswar

ଓଡ଼ିଆ ଡାକ୍ତରାଣୀଙ୍କ ନରୱେ ବିଶ୍ୱବିଦ୍ୟାଳୟରୁ କର୍କଟ ଗବେଷଣାରେ ପିଏଚଡ଼ି ଲାଭ

ସମ୍ବଲପୁର: ଓଡ଼ିଆ ଡାକ୍ତରାଣୀ ସରିତା ଯୋଷୀ ନରୱେ ସ୍ଥିତ ଓସ୍ ଲୋ ବିଶ୍ୱବିଦ୍ୟାଳୟରୁ କର୍କଟ ରୋଗ ଉପରେ ଉଚ୍ଚତର ଗବେଷଣା ପାଇଁ ପିଏଚଡ଼ି ଡିଗ୍ରୀ ହାସଲ କରିଛନ୍ତି। ଗତ ସେପ୍ଟେମ୍ବର ୨୩ ତାରିଖ ଦିନ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ବିଗତ କିଛି ବର୍ଷ ଧରି ସେ ବିଶ୍ଵର ଅନ୍ୟତମ ବୃହତ ହସ୍ପିଟାଲ ଓସ୍‌ଲୋ ୟୁନିଭର୍ସିଟି ହସ୍ପିଟାଲରେ ଗବେଷଣାରତ ଥିଲେ । କର୍କଟ ଏକ ମାରାତ୍ମକ ରୋଗ ହୋଇଥିବାବେଳେ କିପରି ଏହାକୁ ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନାଯାଇପାରିବ ତଥା ବିଭିନ୍ନ ଅଣ–କର୍କଟ ରୋଗରୁ ଏହାର ପାର୍ଥକ୍ୟ କରାଯାଇପାରିବ, ଏ ଦିଗରେ ତାଙ୍କର ଅନେକ ନିବନ୍ଧ ପୂର୍ବରୁ ବିଭିନ୍ନ ଆନ୍ତର୍ଜାତୀୟ ଜର୍ନାଲ ରେ ପ୍ରକାଶିତ ହୋଇ ସାରିଛି। Keratoacanthoma ଓ Squamous cell carcinoma ମଧ୍ୟରେ ସଠିକ ପ୍ରଭେଦ ପାଇଁ ସେ ଅତ୍ୟାଧୁନିକ କୌଶଳ ଯଥା protein expression, mutation study ଏବଂ genomic sequencingର ଉପଯୋଗ କରି ସଫଳ ହୋଇପାରିଛନ୍ତି। ଶରୀର ର ଯେକୌଣସି କୋଷ ବୃଦ୍ଧି ଯେ କେନସର ନୁହେଁ, ଏବଂ ଏହାର ନିଦାନ ବିଭିନ୍ନ ବୈଜ୍ଞାନିକ ପରୀକ୍ଷା ଦ୍ଵାରା ସମ୍ଭବ, ଏହା ତାଙ୍କ ଗବେଷଣାର ବିଷୟବସ୍ତୁ ଥିଲା । ଏହି କୌଶଳ ର ପ୍ରୟୋଗ ଭବିଷ୍ୟତରେ ଅନ୍ୟ ପ୍ରକାର କେନସର ରୋଗର ଚିକିତ୍ସାପାଇଁ ବାଟ ଖୋଲିଦେଇଛି। ସେ ବିଶ୍ଵବିଖ୍ୟାତ କର୍କଟ ନିଦାନ ବିଶେଷଜ୍ଞ ପ୍ରଫେସର Ole Petter Clausen ଏବଂ senior scientist Paula De Angelisଙ୍କ ଅଧୀନରେ ଗବେଷଣା କରୁଥିଲେ । ତାଙ୍କ ସନ୍ଦର୍ଭଟି Genotypic and phenotypic characterization of keratoacanthoma and possible distinguishing features from cutaneous squamous cell carcinoma ପ୍ରଫେସର କାରି ନିଲ୍ ସନ, ପ୍ରଫେସର ଉଲେ ଦିଦ୍ରିକ ଲାରୁମ ଏବଂ ପ୍ରଫେସର ତାରିୟା ଉସ୍ନେସଙ୍କ ଦ୍ଵାରା ପରୀକ୍ଷିତ ଓ ଉଚ୍ଚ ପ୍ରଶଂସିତ ହୋଇଥିଲା ।

ସମ୍ବଲପୁର ସହରର ମୂଳନିବାସୀ ତଥା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜରୁ ଡାକ୍ତରୀ ଶିକ୍ଷା ପ୍ରାପ୍ତ ଡାକ୍ତର ସରିତା ଯୋଷୀ ବିଗତ କୋଡିଏ ବର୍ଷରୁ ଉର୍ଦ୍ଧ୍ଵହେବ ନରୱେରେ ରହୁଛନ୍ତି। ସେ ନରୱେରେ କାର୍ୟ୍ୟରତ ଇଞ୍ଜିନିଅର ମିଲନ ପୁରୋହିତଙ୍କ ଧର୍ମପତ୍ନୀ, ଅବସରପ୍ରାପ୍ତ ଇଞ୍ଜିନିଅର ଜ୍ୟୋତି ପ୍ରକାଶ ପୁରୋହିତ ଓ ସମାଜସେବୀ କବିତା ପୁରୋହିତଙ୍କ ପୁତ୍ରବଧୂ ତଥା ବିଶିଷ୍ଟ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ପଦ୍ମନାଭ ଯୋଷୀ ଓ ମମତା ଯୋଷୀଙ୍କ ଝିଅ ।

Hot this week

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

Related Articles

Popular Categories